ପ୍ରତିଶୋଧ ପାଇଁ ଇଂଲଣ୍ଡ ପାଖରେ ସୁଯୋଗ; ଦୂର ହେବ ୨୦ ବର୍ଷର ଦୁଃଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 20, 2019

ପ୍ରତିଶୋଧ ପାଇଁ ଇଂଲଣ୍ଡ ପାଖରେ ସୁଯୋଗ; ଦୂର ହେବ ୨୦ ବର୍ଷର ଦୁଃଖ

ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍‌ରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଭାରତୀୟ ସମୟାନୁସାରେ ଲିଡ୍‌ସରେ ଏହି ମ୍ୟାଚ୍ ଅପରାହ୍ଣ ୩ଟାରୁ ଖେଳା ଯିବ। ଏହି ମ୍ୟାଚ୍‌କୁ ଜିତି ଇଂଲଣ୍ଡ ତା’ର ୨୦ ବର୍ଷର ଦୁଃଖକୁ ଅବଶ୍ୟ ଖୁସିରେ ପରିଣତ କରିବାକୁ ପ୍ରୟାସ କରିବ। କାରଣ ଗତ ୨୦ ବର୍ଷରେ ଇଂଲଣ୍ଡ ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତି ପାରି ନାହିଁ। ଶେଷଥର ପାଇଁ ୧୯୯୯ ମେ’ ୧୪ ତାରିଖରେ ଲର୍ଡସରେ ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍ ଜିତିଥିଲା ଇଂଲଣ୍ଡ। ଏହା ପରେ ୨୦୦୭, ୨୦୧୧ ଓ ୨୦୧୫ରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ ହେଁ, ସବୁ ଥର ଶ୍ରୀଲଙ୍କା ବାଜି ମାରି ନେଇଥିଲା। ୨୦୦୭ରେ ଇଂଲଣ୍ଡ ୨ ରନ୍‌ରେ ହାରିଥିବା ବେଳେ ୨୦୧୧ରେ ୧୦ ୱିକେଟ୍‌ରେ ଓ ୨୦୧୫ରେ ୯ ୱିକେଟ୍‌ରେ ହାରିଥିଲା। ତେଣୁ ଘରୋଇ ପିଚ୍‌ରେ ଇଂଲଣ୍ଡ ଏହି ଲଗାତାର ପରାଜୟର ପ୍ରତିଶୋଧ ନେବାକୁ ନିଶ୍ଚୟ ପ୍ରୟାସ କରିବ।

ଚଳିତ ବିଶ୍ୱକପ୍‌ରେ ଏଯାବତ୍ ଇଂଲଣ୍ଡ ୫ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ସହିତ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହି ମ୍ୟାଚ୍ ଜିତି ଦଳ ତାଲିକାର ଶୀର୍ଷରେ ପହଞ୍ଚିବାକୁ ବି ପ୍ରୟାସ କରିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ୫ଟି ମ୍ୟାଚ୍‌ରୁ ମାତ୍ର ୪ ପଏଣ୍ଟ ପାଇଛି। ପଏଣ୍ଟ ତାଲିକାର ଦଳ ଷଷ୍ଠ ସ୍ଥାନରେ ରହିଛି। ଶ୍ରୀଲଙ୍କା ଏଯାବତ୍ ମାତ୍ର ଗୋଟିଏ ମ୍ୟାଚ୍ ଜିତି ଥିବା ବେଳେ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁ ଖେଳା ଯାଇ ପାରି ନଥିଲା। ଯଦି ଦଳ ଆଜିର ମ୍ୟାଚ୍ ଜିତି ଯାଏ, ତା’ହେଲେ ବାଂଲାଦେଶକୁ ପଛକୁ ଠେଲି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚିଯିବ।

ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆରେ ମୋଟ ୭୪ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ଇଂଲଣ୍ଡ ୩୬ଟି ଜିତିଥିବା ବେଳେ ଶ୍ରୀଲଙ୍କା ୩୫ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ ଟାଇ ରହିଥିଲା। ଆଉ ଦୁଇଟି ମ୍ୟାଚ୍‌ରେ କେହି ଜିତି ନଥିଲେ। ସେହିପରି ବିଶ୍ୱକପ୍‌ରେ ଦୁଇ ଦେଶ ମଧ୍ୟରେ ମୋଟ ୧୦ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଇଂଲଣ୍ଡ ୬ଟି ଓ ଶ୍ରୀଲଙ୍କା ୪ଟି ଜିତିଛି।



from Odisha Reporter http://bit.ly/2XyaGfj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages