ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କିଲିୟନ ପ୍ରଧାନ ଓ ଶୁଭମ ପ୍ରଧାନ (୮)। ସେମାନଙ୍କ ଘର ଡବୁଲୁମାହା ଗାଁରେ। ଉଭୟ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାପଡ଼ିଛି।
ଗତକାଲି ସନ୍ଧ୍ୟାରେ କିଲିୟନ ତାଙ୍କ ବାଇକ୍ରେ ପୁତୁରା ଶୁଭମ୍ଙ୍କୁ ନେଇ ବାଡ଼ାବାଙ୍ଗାରୁ ନିଜ ଗାଁକୁ ଆସୁଥିଲେ। ଏହି ସମୟରେ ସୁଲୁମାହା ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶୁଭମ୍ଙ୍କୁ ମୃତ ଘୋଷଣା କରିଥିଲେ। କିଲିୟନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆ ଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦାରିଙ୍ଗବାଡ଼ି ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2IwiTIk
No comments:
Post a Comment