ଜ୍ୱରରେ ଚତୁର୍ଦ୍ଧା ମୂର୍ତ୍ତି, ଚାଲିଛି ଶ୍ରୀଅଲାରନାଥଙ୍କ ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଜ୍ୱରରେ ଚତୁର୍ଦ୍ଧା ମୂର୍ତ୍ତି, ଚାଲିଛି ଶ୍ରୀଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ସେପଟେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଦର୍ଶନର ଆଜି ହେଉଛି ଦ୍ୱିତୀୟ ଦିନ। ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପଡ଼ିଛନ୍ତି। ଦଇତାପତି ସେବାୟତମାନେ ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ସେବା କରୁଛନ୍ତି।

ଏବେ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହି ସମୟରେ ଶ୍ରୀଜିଉଙ୍କ ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି।

ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ତେଣୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଏଠାରେ ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ମଧ୍ୟ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦେଇଛି ମନ୍ଦିର ଓ ଜିଲ୍ଲା ପ୍ରଶାସନ। ଶ୍ରୀଜିଉ ଜ୍ୱରରେ ପୀଡ଼ିତ ହୋଇଥିବାରୁ ତାଙ୍କୁ ଭଲ କରିବା ଲାଗି ଅଙ୍ଗସେବକମାନେ ସେବାରେ ଲାଗିଛନ୍ତି।



from Odisha Reporter http://bit.ly/2ItAvEZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages