ଲୋକସଭାର ଅଧ୍ୟକ୍ଷ ହେବେ ବିଜେପି ସାଂସଦ ଓମ୍ ବିର୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

ଲୋକସଭାର ଅଧ୍ୟକ୍ଷ ହେବେ ବିଜେପି ସାଂସଦ ଓମ୍ ବିର୍ଲା

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା। ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ସେ ଲୋକସଭାର ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି।

ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ଚଳିତଥରକୁ ମିଶାଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି।

ପୂର୍ବରୁ ବାଚସ୍ପତି ପଦବୀ ପାଇଁ ପିପି ଚୌଧୁରୀ ଏବଂ ଏସଏସ ଆଲୁୱାଲିଆ ଓ  ଜୁଏଲ ଓରାମଙ୍କ ନାମ ଚର୍ଚ୍ଚା ହେଉଥିଲା।



from Odisha Reporter http://bit.ly/2KYeP5e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages