ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିରୋଧୀ ଦଳ ନେତା ଚୟନ ପାଇଁ ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି କେନ୍ଦ୍ରୀୟ ସାଧାରଣ ସଂପାଦିକା ସରୋଜା ପାଣ୍ଡେ ଯୋଗ ଦେବେ। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ନାଁରେ ସର୍ବ ସହମତିରେ ପ୍ରକାଶ ପାଇବ। ତେବେ ଏହି ରେସ୍ରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଆଗରେ ଅଛନ୍ତି। ଏହି ପଦ ପାଇଁ ପୂରା ଫିଟ୍ ଥିବା ଜୟନାରାୟଣ କହିଥିବା ବେଳେ ପ୍ରଦୀପ୍ତ ନାଏକ କହିଛନ୍ତି ଦଳ ଯାହା ନିଷ୍ପତ୍ତି ନେବ ତାହା ଗ୍ରହଣ କରିବେ।
ସେହିପରି ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଷ ବିଧାନସଭାର ବଜେଟ୍ ଅଧିବେଶନରେ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକ ବସୁଛି। ବିରୋଧୀମାନେ ଯେଉଁ ଯେଉଁ ପ୍ରସଙ୍ଗ ଉଠାଇବେ ତାର କିଭଳି ମୁକାବିଲା କରାଯିବ, ରାଜ୍ୟର ସ୍ୱାର୍ଥ ପାଇଁ କ’ଣ ପ୍ରସଙ୍ଗ ରହିବ ଓ ନବନିର୍ବାଚିତ ବିଧାୟକମାନଙ୍କ ଭୂମିକା କ’ଣ ରହିବ, ସେନେଇ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର କ୍ଷମତାକୁ ଫେରିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ଦୃଷ୍ଟିକୋଣରୁ ବିଜ଼େଡି ବିଧାୟକ ଦଳ ବୈଠକ ଗୁରୁତ୍ୱ ବହନ କରୁଛି। ନୂଆ ବିଧାୟକଙ୍କୁ କ’ଣ ପରାମର୍ଶ ଦେବେ ନବୀନ, ତା’ଉପରେ ବି ନଜର ରହିଛି।
from Odisha Reporter http://bit.ly/2Rv6fMP
No comments:
Post a Comment