ବିଜେପୁରକୁ ପୁଣି ଠକିଲେ ନବୀନ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

ବିଜେପୁରକୁ ପୁଣି ଠକିଲେ ନବୀନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତ୍ୱନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୭ ମସିହାରେ ବିଜେପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନବାବୁ ବିଜେପୁର ପାଇଁ ଯାହା ପ୍ୟାକେଜ୍ ଘୋଷଣା କରିଥିଲେ, ସେଥିରୁ ଏବେ ଯାଏ କେଉଁ ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଉପନିର୍ବାଚନ ପୂର୍ବରୁ ଯାହା କହିଥିଲେ ସାଧାରଣ ନିର୍ବାଚନ ପ୍ରଚାରରେ ବି ସେଇ ସମାନ ପ୍ରତିଶ୍ରୁତି ଦୋହରାଇଲେ। ପୂର୍ବରୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରେ ମାହିର ଥିବା ନବୀନବାବୁ ନିଜେ ବିଜେପୁରରୁ ଲଢ଼ି ଆଉ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପୁରବାସୀଙ୍କୁ ଅପମାନିତ କରି ଚାଲିଛନ୍ତି। ବୋଧହୁଏ ନବୀନବାବୁ ବିଜେପୁର ଆସନ ଛାଡ଼ିବେ ଓ ତାକୁ ଆଖି ଆଗରେ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ବିଜେପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ। ଏହି ପ୍ୟାକେଜରେ ନୂଆ କଥା କିଛି ନାହିଁ। କେବଳ ପୁରୁଣା ଘୋଷଣାକୁ ଆଉ ଥରେ ଘୋଷଣା କରିଛନ୍ତି। କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2Xl6ImL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages