ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର।
ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିବା କିଙ୍ଗ ଖାନ ସେହି ଫିଲ୍ମରେ ବାଇକ୍ ଚଲାଉଥିବା ନଜର ଆସିଥିଲେ। ୨୭ ବର୍ଷ ପରେ ପୁଣି ଥରେ ଏହି ସିନ୍କୁ ସେ ଦୋହରାଇଛନ୍ତି। ଆଉ ଏହାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
କିନ୍ତୁ ବାଇକ୍ ଚଳାଇବା ବେଳେ ଶାହାରୁଖ ହେଲମେଟ୍ ପିନ୍ଧି ନ ଥିବା ଦେଖି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଉପଦେଶ ଦେବାକୁ ଭୁଲି ନାହାନ୍ତି। ସଚିନଙ୍କ ମନ୍ତବ୍ୟ ଉପରେ କ’ଣ ଥିଲା କିଙ୍ଗ ଅଫ୍ ରୋମାନ୍ସଙ୍କ ପ୍ରତିକ୍ରିୟା ଜାଣନ୍ତୁ।
Thank you for the awesome 27 years everybody and Thank you Sharad for the bikes! pic.twitter.com/UMg6k78C06
— Shah Rukh Khan (@iamsrk) June 25, 2019
ସଚିନ ଲେଖିଛନ୍ତି, ଡିଅର ବାଜିଗର, କେବେ ବି ବାଇକ୍ ଚଲାଇବା ବେଳେ ହେଲମେଟ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ଯେ ପର୍ଯ୍ୟନ୍ତ ଜୀବନ ଅଛି, ସେତେ ପର୍ଯ୍ୟନ୍ତ ବାଇକ୍ ଚଳାଇବା ବେଳେ ହେଲମେଟ ପିନ୍ଧନ୍ତୁ।
ଏହାର ଜବାବରେ ଶାହାରୁଖ ଲେଖିଛନ୍ତି, ହେଲମେଟ ପିନ୍ଧି ଅନ୍ ଡ୍ରାଇଭ, ଅଫ୍ ଡ୍ରାଇଭ୍ ଓ ଷ୍ଟ୍ରେଟ ଡ୍ରାଇଭ କରିବା ଆପଣଙ୍କଠାରୁ ଅଧିକ ଭଲ ଭାବେ କେହି ଜାଣି ନାହାନ୍ତି। ମୋତେ ଏହି ଶିକ୍ଷା ମହାନ ସଚିନଙ୍କଠାରୁ ମିଳିଥିବା ମୋ ନାତିନାତୁଣୀଙ୍କୁ ମଧ୍ୟ କହିବି।
My friend Helmet pehenkar, On Drive..Off drive & Straight drive, karna aap se zyaada behtar kaun sikha sakta hai! Will tell my grand children, I got my ‘driving’ lessons from the great Sachin himself. See u soon over some fish curry. Thank u. https://t.co/QGG5YaGnu3
— Shah Rukh Khan (@iamsrk) June 29, 2019
ଦିବାନା ଫିଲ୍ମର ୨୭ ବର୍ଷ ପୂର୍ତ୍ତ ଅବସରରେ ଶାହାରୁଖ ନିଜ ଫ୍ୟାନ୍ଙ୍କ ଲାଗି ଭିଡିଓ ଶେଆର କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୀବନର ଅଧାରୁ ଅଧିକ ସମୟ ଲୋକଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛି। ସେଥି ମଧ୍ୟରୁ କିଛି ଥର ସଫଳ ହୋଇଥିବା ବେଳେ ବହୁ ଥର ଅସଫଳ ହୋଇଥିବା ମଧ୍ୟ ସେ କହିଛନ୍ତି। ହେଲେ ଏତେ ବର୍ଷ ଭଲ ପାଇବା ଦେଇଥିବାରୁ ଖୁବ୍ ଖୁସି ଥିବା ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିବା କହିଛନ୍ତି ଶାହାରୁଖ।
from Odisha Reporter https://ift.tt/2XiBjp5
No comments:
Post a Comment