ପଦ୍ମ ପୋଖରୀରେ କ’ଣ କରୁଛନ୍ତି ବଲିଉଡ ଡିଭା କରିନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ପଦ୍ମ ପୋଖରୀରେ କ’ଣ କରୁଛନ୍ତି ବଲିଉଡ ଡିଭା କରିନା?

ନୂଆଦିଲ୍ଲୀ:  ପଦ୍ମ ପୋଖରୀରେ ବଲିଉଡ ଡିଭା କରିନା କପୁର। ଏଠାରେ ତାଙ୍କ ଗେଟଅପ୍‌ ଓ ମେକଅପ୍‌ ବି ଜବରଦସ୍ତ ରହିଛି।  ହେଲେ ସେଠାରେ ସେ କ’ଣ କରୁଛନ୍ତି ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ। । ତା’ ହେଲେ ଜାଣି ରଖନ୍ତୁ, ପଦ୍ମ ପୋଖରୀରେ ଏକ ଆଡର ଶୁଟିଂ ଲାଗି ପଶିଛନ୍ତି କରିନା। ଆଉ ତାଙ୍କୁ ଚାରି ପାଖରୁ ଘେରି ରହିଛନ୍ତି ଟିମ୍‌ ମେମ୍ବର।

କରିନା କପୁର ସୋଶାଲ ମିଡିଆରେ ବେଶି ଆକ୍ଟିଭ  ରହୁ ନ ଥିବା ବେଳେ ତାଙ୍କ ଫଟୋ ଓ ଭିଡିଓ କିନ୍ତୁ ସୋଶାଲ ମିଡିଆରେ ବେଶି ଭାଇରାଲ ହୋଇଥାଏ । କିଛି ଦିନ ପୂର୍ବେ କରିନାଙ୍କ ପଦ୍ମ ପୋଖରୀ ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ତାଙ୍କ ଫ୍ୟାନ୍‌ ବି ଖୁବ୍‌ ପସନ୍ଦ କରୁଛନ୍ତି।

ଏଠାରେ କହି ରଖୁଛୁ ଯେ, କରିନା ଏକ ସାବୁନର ବିଜ୍ଞାପନର ଶୁଟିଂ କରୁଥିଲେ। ଏହି ବିଜ୍ଞାପନରେ କରିନାଙ୍କ ସହ ପୁରା ଟିମ୍‌ ପଦ୍ମ ଫୁଲ ପୋଖରୀରେ ପଶିଛନ୍ତି।  ଏହି ଆଡ ଲାଗି କରିନା ଖୁବ୍‌ ସୁନ୍ଦର ମେକଅପ୍‌ ନେଇଥିଲେ । ଶୁଟିଂ ସମୟରେ ପୁରା ଟିମ୍‌ ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ୱର୍କଫ୍ରଣ୍ଟ କଥା କହିଲେ, ୬ ବର୍ଷ ପରେ ଅମିର ଖାନଙ୍କ ସହ  ‘ଲାଲ ସିଂହ ଚଢା’ ଫିଲ୍ମରେ କରିନା ନଜର ଆସିବେ। ୩ ଇଡିଏଟ୍ସ ପରେ ଏହା ଅମିରଙ୍କ ସହ ତାଙ୍କର ଦ୍ୱିତୀୟ ଫିଲ୍ମ। ଏହାବ୍ୟତୀତ କରିନା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ୍‌ ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ଏହାଦ୍ୱାରା ସେ ଛୋଟ ପରଦାରେ ଡେବ୍ୟୁ କରିଛନ୍ତି।

କରିନାଙ୍କ  ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’  ଡିସେମ୍ବର ମାସରେ ରିଲିଜ ହେବ। ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ଅକ୍ଷୟ କୁମାର। ଏହାବ୍ୟତୀତ ଏଥିରେ କିୟାରା ଆଡଭାନୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।



from Odisha Reporter http://bit.ly/2N9m7py

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages