ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନରେ ସମସ୍ୟା ଲାଗି ରହୁଛି କି? ଆପଣ ସମାଧାନର ବାଟ ବାହାର କରିପାରୁନାହାନ୍ତି। ତାହାଲେ ଏହାର କାରଣ ଆପଣଙ୍କ ଘର ଦ୍ୱାର ବନ୍ଧ ମଧ୍ୟ ହୋଇଥାଇପାରେ। ବାସ୍ତୁଶାସ୍ତ୍ର ଅନୂସାରେ, ଆପଣ ଯଦି ଘରେ କିଛି ମାଙ୍ଗଳିକ ଚିହ୍ନ ରଖିବେ ତାହାଲେ ବିପଦ ଆପଣଙ୍କ ପାଖ ମାଡ଼ିବ ନାହିଁ। ଯଦି ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତାହାଲେ ଘରର ମୁଖ୍ୟ ଦ୍ୱାରରେ ଏହି ସବୁ ଜିନିଷ ଲଗାଇ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ସୁଖ ସମୃଦ୍ଧିର ଅଧିକାରୀ ହୋଇ ପାରିବେ।

ତାହାଲେ ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ କେଉଁ ସବୁ ଜିନିଷ ଘରର ଦ୍ୱାରରେ ଲଗାଇବା ଆବଶ୍ୟକ।

ମୁଖ୍ୟ ଦ୍ୱାରା ଆଗରେ ତୁଳସୀ ଗଛ

ହିନ୍ଦୁ ପରମ୍ପରାରେ ସମସ୍ତେ ଘର ଆଗରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ଏବଂ  ଘରେ ଧନ ସହ ଶାନ୍ତି ବିରାଜମାନ କରିଥାଏ।

ଲଷ୍ମୀଙ୍କ ପାଦ ଚିହ୍ନ

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ମା’ ଲଷ୍ମୀଙ୍କ ପାଦ ଚିହ୍ନ ଲଗାଇବା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହା ସହ ମା’ ଲଷ୍ମୀଙ୍କ କୃପା ଘରେ ସବୁବେଳେ ରହିଥାଏ।

ଲଷ୍ମୀଙ୍କ ଫଟୋ ଚିତ୍ର

ଲଷ୍ମୀଙ୍କ ପାଦ ଚିହ୍ନ ସହ ଘରର ମୁଖ୍ୟ ଦ୍ୱାରରେ ଲଷ୍ମୀଙ୍କ ଫଟୋଚିତ୍ର ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା ଘରେ କେବେବି ଆର୍ଥିକ ସଙ୍କଟ ଦେଖାଦିଏ ନାହିଁ। ଏହା କରିବା ଦ୍ୱାରା ମା’ ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସ୍ୱସ୍ତିକ ଚିହ୍ନ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରେ ସବୁବେଳେ ଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

କଳା ଘୋଡ଼ା ନାଲ

ବାସ୍ତୁଶାସ୍ତ୍ର ଅନୁସାରେ କଳା ଘୋଡ଼ା ନାଲ ଘର ପାଇଁ ଶୁଭ ହୋଇଥାଏ। ଏହା ଘରକୁ ଖରାପ ନଜରରୁ ରକ୍ଷା କରିଥାଏ। ଏହା ସହ ଘରେ ଧନ ସମ୍ପତ୍ତି ଏବଂ ସୁଖ ଶାନ୍ତି ସବୁବେଳେ ରହିଥାଏ।



from Odisha Reporter https://ift.tt/2ZOgO02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages