୪ ଘଣ୍ଟା ଭିତରେ ମୌସୁମୀ ବର୍ଷାରେ ଭିଜିବ ସାରା ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 21, 2019

୪ ଘଣ୍ଟା ଭିତରେ ମୌସୁମୀ ବର୍ଷାରେ ଭିଜିବ ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହା ଉପକୂଳବର୍ତ୍ତୀ ବାଲେଶ୍ୱର, ଯାଜପୁର ଓ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବେଶ କରିଛି। ସେହିପରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ,କନ୍ଧମାଳ ଜିଲ୍ଲାରେ ମଧ୍ୟ ମୌସୁମୀ ପ୍ରବେଶ କରିଛି। ଆସନ୍ତା ୨୪ ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ ବଲାଙ୍ଗିରରେ ମୌସୁମୀ ପ୍ରବେଶ କରିବ। ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ।”

ସେ ଆହୁରି କହିଛନ୍ତି,“ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବାରେ ଏଥର ପ୍ରାୟ ସପ୍ତାହେରୁ ଅଧିକ ସମୟ ବିଳମ୍ବ ହୋଇଛି। ତେବେ ଆସନ୍ତା ଜୁଲାଇ ଓ ଅଗଷ୍ଟରେ ମୌସୁମୀ ପ୍ରଭାବରେ ଭଲ ବର୍ଷା ହେବ।”



from Odisha Reporter http://bit.ly/31PwrWY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages