ଜର୍ସିକୁ ନେଇ ଜଙ୍ଗ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 30, 2019

ଜର୍ସିକୁ ନେଇ ଜଙ୍ଗ୍

ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫ୍ତି ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଗତକାଲି ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ମୁଫ୍ତି ପାକିସ୍ତାନୀ ଟିମ୍ ସେମିଫାଇନାକୁ ଯିବା କଷ୍ଟକର ହୋଇପଡ଼ିବାରୁ ଦଳର ନୂଆ ଜର୍ସିକୁ ପରାଜୟର କାରଣ ବୋଲି କହିଛନ୍ତି।

ଗତକାଲି ଭାରତ ମ୍ୟାଚ ହାରିବା ପରେ ମୁଫ୍ତି ମେହବୁବା ଟ୍ୱିଟ କରି କହିଥିଲେ। ଭାରତ ନୂଆ ଜର୍ସିରେ ପ୍ରଥମ ମ୍ୟାଚ ଖେଳି ଇଂଲଣ୍ଡ ପାଖରୁ ପରାଜୟ ହୋଇଛି। ମ୍ୟାଚ ହାରିବାର କାରଣ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି। କେହି ମୋର ମନ୍ତବ୍ୟକୁ ଅନ୍ଧବିଶ୍ୱାସ ବୋଲି କହିପାରେ କିନ୍ତୁ ଏହା ସତ ନୂଆ ଜର୍ସି ପାଇଁ ଭାରତ ହାରିଛି ବୋଲି ମେହବୁବା କହିଥିଲେ।

ସୂଚନାଯୋଗ୍ୟ ଭାରତ ଇଂଲଣ୍ଡ ପାଖରୁ ହାରିଯିବା ପରେ ପାକିସ୍ତାନ ଟିମ୍ ସେମିଫାଇନାଲକ ୁଯିବା କଷ୍ଟକର ହୋଇପଡ଼ିଛି। କହିବାକୁ ଗଲେ ପାକିସ୍ତାନ ସେମିଫାଇନାଲ ପହଞ୍ଚିପାରିବ ନାହିଁ।

ବିଶ୍ୱକପରେ ଇଂଲଣ୍ଡ ଦଳ ସହ ଭାରତର ଜର୍ସି ସମାନ ରହିଥିବାରୁ ଉଭୟ ଖେଳାଳି ଓ ଦର୍ଶକଙ୍କ ମନରୁ କନଫ୍ୟୁଜନ ଦୂର କରିବା ପାଇଁ ବିସିସିଆଇ ଆଇସିସିକୁ ଜର୍ସି ବଦଳ କରିବ ବୋଲି ଅନୁମତି ମାଗିଥିଲା। ଏହାପରେ ନୂଆ ଜର୍ସିର ଶାମ୍ପୁଲ ପଠାଇ ଅନୁମତି ଆଣିଥିଲା ବିସିସିଆଇ। ଏହାପରେ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି ବ୍ୟବହାର କରିଥିଲା।

ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ୩୩୭ ରନ କରିଥିଲା। ଏହାପରେ ଭାରତ ୫୦ ଓଭରରେ ୩୦୬ ରନ୍ ପରାଜୟ ସ୍ୱୀକାର କରିଥିଲା।



from Odisha Reporter https://ift.tt/2Xkc5GG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages