ଜନ୍ମମାଟିରେ ସହିଦଙ୍କ ପାର୍ଥିବ ଶରୀର, ଭାଇ କହିଲେ-ମୋ ଭାଇ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଆସିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 19, 2019

ଜନ୍ମମାଟିରେ ସହିଦଙ୍କ ପାର୍ଥିବ ଶରୀର, ଭାଇ କହିଲେ-ମୋ ଭାଇ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଆସିଛି

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆଜି ସକାଳେ ଢେଙ୍କାନାଳରେ ପହଞ୍ଚିଛି।

ଢେଙ୍କାନାଳ ମିନି ଷ୍ଟାଡିୟମରେ ସହିଦ ଅଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହାପରେ ତାଙ୍କ ପାର୍ଥିବ ଶରୀରକୁ କାମାକ୍ଷାନଗର ବଡ଼ସୁଆଁଳ ଗାଁ ଅଭିମୁଖେ ନିଆଯିବ। ଅଜିତ୍‌ଙ୍କ ଭାଇ କହିଛନ୍ତି ଯେ, ଆମେ ଆମ ପୁଅ ହରାଇଥିବାରୁ ଦୁଃଖରେ ମର୍ମାହତ। ହେଲେ ମୋ ଭାଇ ଦେଶ ପାଇଁ ସହିଦ ହୋଇଛି। ଏହା ଗର୍ବର କଥା। ମୋ ଭାଇ ମର ଶରୀର ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଆସିଛି, ଏହା ଭାଗ୍ୟରେ କଥା।

ଗତକାଲି ରାତି ପ୍ରାୟ ସାଢେ ଗୋଟାଏରେ ସହିଦ ଅଜିତଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ପରେ ରାଜ୍ୟପାଳ ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାସହ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।  ଏହାସହ ବିଜେପି ଏବଂ ୧୨୦ ବାଟାଲିୟାନ ପକ୍ଷରୁ ମଧ୍ୟ  ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।ଏଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ।୨୦୧୫ ମସିହାରେ ସେ ସେନାରେ ସାମିଲ ହୋଇଥିଲେ ଅଜିତ୍। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।

 

 

 



from Odisha Reporter http://bit.ly/2IstrZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages