‘ଯୋଗ’କୁ ଆଜି ସାରା ବିଶ୍ୱ ଆପଣାଇଛି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 20, 2019

‘ଯୋଗ’କୁ ଆଜି ସାରା ବିଶ୍ୱ ଆପଣାଇଛି: ମୋଦି

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର): ଆଜି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ସେଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ଯୋଗ ଦିବସ ପାଳନ ଅବସରରେ ମୋଦି କହିଛନ୍ତି,“ ଯୋଗ ଓ ପ୍ରକୃତିର ମିଳନ ଲୋକଙ୍କୁ ଅଭୂତପୂର୍ବ ଅନୁଭୂତି ଦିଏ। ଆମ ସଂସ୍କୃତିର ଅଭିନ୍ନ ଅଂଶ ଭାବେ ଯୋଗ ସର୍ବବିଦିତ। ପାରମ୍ପରିକ ଛଉ ନୃତ୍ୟ ସହ ମଧ୍ୟ ଯୋଗର ସାମଞ୍ଜସ୍ୟ ରହିଛି। ଗରିବଙ୍କୁ ରୋଗ କବଳିତ କରିଛି ତେଣୁ ନିରୋଗ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ। ଏହାକୁ ସାରା ଜୀବନ ଆଦରି ନେବା ଉଚିତ। ଯାହା ଶରୀର ପାଇଁ ଭଲ। ପ୍ରତ୍ୟହ ଯୋଗ କରିବାର ମାନସିକତା ଉଜ୍ଜୀବିତ ରଖିବା ଉଚିତ୍। ମଣିଷର ସୃଜନଶୀଳତାକୁ ଯୋଗ ଅଧିକ କ୍ରିୟାଶୀଳ କରେ। ହୃଦୟକୁ ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି। ପାଣି, ପରିବେଶ, ପୋଷଣ ଓ ପରିଶ୍ରମ ସୁସ୍ଥ ଜୀବନ ପାଇଁ ଜରୁରୀ। ହୃଦ୍‌ରୋଗ, ରକ୍ତଚାପ ଓ ମଧୁମେହ ପାଇଁ ଯୋଗ ଏକ ଅମୋଘ ଔଷଧ। ଯୋଗକୁ ଆଜି ସାରା ବିଶ୍ୱ ଆପଣାଇଛି। ବିଶ୍ୱକୁ ଯୋଗ ବିଷୟରେ ଜ୍ଞାନ ଦେବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।”



from Odisha Reporter http://bit.ly/2L4NVJe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages