ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଏବେକାର ଯୁବପିଢି ନିଜ ରୁଟିନ ଲାଇଫରେ ସନ୍ତୁଳିତ ଆହାର ଓ ଏକ୍ସରସାଇଜ ସହ ଗ୍ରୀନ୍ ଟିକୁ ମଧ୍ୟ ସାମିଲ କରି ଦେଇଛନ୍ତି। ସକାଳୁ ଉଠିବା ମାତ୍ରେ ଚା’ କଫି ପରିବର୍ତ୍ତେ ଗ୍ରୀନ୍ ଟି ପିଇବାକୁ ପସନ୍ଦ କରୁଛନ୍ତି। ଏଥିରେ ଥିବା ତତ୍ତ୍ୱ ଶରୀରର ମେଟାବୋଲିଜିମ୍ ସିଷ୍ଟମ ସହ ପାଚନ ଶକ୍ତିକୁ ମଧ୍ୟ ସକ୍ରିୟ କରିଥାଏ। ଗ୍ରୀନ ଟିର ବ୍ୟବହାର ଆମେ କେବଳ ଆମ ଶରୀର ଲାଗି କରିଥାଉ। ହେଲେ ଏହାର ବ୍ୟବହାର କରି ଆମେ ଘରେ ମଧ୍ୟ ମୁଲାୟମ ଓ ଚମକଦାର ତ୍ୱଚା ପାଇପାରିବେ ବୋଲି ଆପଣଙ୍କ ଧାରଣା ନ ଥିବ।
ତ୍ୱଚାରେ ପଡି ଯାଉଥିବା ଭାଙ୍ଗ, କୁଞ୍ଚନ, ଦାଗ ଆଦି ଦୂର କରିବା ଲାଗି ଆମେ ଗ୍ରୀନ ଟିର ବ୍ୟବହାର କରି ପାରିବା। ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଚେହେରାର ବିଭିନ୍ନ ଦାଗ ସମେତ ଆଖି ତଳର କଳା ଦାଗକୁ ମଧ୍ୟ ଦୂର କରିଥାଏ। ଘରେ ମଧ୍ୟ ଏହାର ଫେସ୍ପ୍ୟାକ୍ ପ୍ରସ୍ତୁତ କରି ଆପଣ ନିଜ ତ୍ୱଚାରେ ଚମକ ଆଣି ପାରିବେ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।
ସାମାନ୍ୟ ତ୍ୱଚା ଲାଗି ଗ୍ରୀନ ଟି ଫେସପ୍ୟାକ୍: ଆପଣ କିଛି ହଳଦି, ଏକ ଚାମଚ ଗ୍ରୀନ୍ ଟି, ଓ ଏକ ଚାମଚ ବେସନ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଚେହେରାକୁ ପ୍ରଥମେ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ ଓ ଏହାପରେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ୨୦ ମିନିଟ୍ ପରେ ତୁଳକୁ ଗୋଲାପ ଜଳରେ ବୁଡାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ଶୁଖି ଯାଇଥିବା ପ୍ୟାକ୍ ଓଦା ହୋଇଯିବ। କିଛି ସମୟ ମସାଜ କରିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁରୁ ବ୍ରଣ ସମସ୍ୟା ଦୂର କରି ଦେଇଥାଏ।
ମିକ୍ସ ତ୍ୱଚା ଲାଗି ପ୍ୟାକ୍: କିଛି ମହିଳା, ଯୁବତୀଙ୍କ ଫୋରହେଡ, ନାକ ଓ ଗାଲର କିଛି ଅଂଶ ତେଲିଆ ହେଉଥିବା ବେଳେ ଅବଶିଷ୍ଟ ଅଂଶ ନର୍ମାଲ ଥାଏ। ଏପରି ତ୍ୱଚାରେ ଅଧା ଚାମଚ ମହୁ, ଏକ ଚାମଚ ଗ୍ରୀନ ଟି, ଏକ ଚାମଚ କମଳା ଚୋପାର ପାଉଡରକୁ ଗୋଲାପ ଜଳ ସହ ମିଶା ପେଷ୍ଟ ପ୍ରସ୍ତୁତ କରନ୍ତୁ। ମୁହଁରେ ଏହାକୁ ଲଗାଇବା ପରେ ଶୁଖିବାକୁ ଛାଡି ଦିଅନ୍ତୁ। ଏହାପରେ ଏହାକୁ ମସାଜ କରି ଛଡାଇ ମୁହଁ ଧୋଇ ଦିଅନ୍ତୁ।
ଶୁଷ୍କ ତ୍ୱଚା ଲାଗି ପ୍ୟାକ୍ : ଆପଣଙ୍କ ତ୍ୱଚା ଡ୍ରାଏ ଥିଲେ ମଧ୍ୟ ଆପଣ ଏହି ପେଷ୍ଟର ବ୍ୟବହାର କରି ପାରିବେ। ଏହା ଆପଣଙ୍କ ତ୍ୱଚାକୁ ମୁଲାୟମ ଓ ଚମକଦାର କରିଥାଏ। ଏଥିଲାଗି ୨ ଚାମଚ ମହୁରେ ଏକ ଚାମଚ ଗ୍ରୀନ ଟିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ମୁହଁ ବ୍ୟବହାର କରନ୍ତୁ ନାହିଁ। ଓ ବେକରେ ଏହି ପ୍ୟାକ୍କୁ ଭଲ ଭାବେ ଲଗାଇ ଦିଅନ୍ତୁ। ସପ୍ତାହରେ ୨ ଥରରୁ ଅଧିକ ଏହି ପ୍ୟାକ୍ ଲଗାନ୍ତୁ ନାହିଁ।
from Odisha Reporter http://bit.ly/31JaatU
No comments:
Post a Comment