ଶୁଷ୍କ ତ୍ୱଚା ପାଇଁ ଘରେ ତିଆରି କରନ୍ତୁ ଫେସ୍‌ପ୍ୟାକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 7, 2019

ଶୁଷ୍କ ତ୍ୱଚା ପାଇଁ ଘରେ ତିଆରି କରନ୍ତୁ ଫେସ୍‌ପ୍ୟାକ୍

ଭୁବନନେଶ୍ୱର(ଓଡ଼ିଶା ରିପୋର୍ଟର):  ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ କହିବୁ। ତ୍ୱଚାର ସବୁ ସମସ୍ୟାରେ ଫେସପ୍ୟାକ ବହୁତ ସାହାଯ୍ୟ କରିଥାଏ। ସବୁପ୍ରକାର ତ୍ୱଚା ପାଇଁ ଭିନ୍ନ-ଭିନ୍ନ ପ୍ରକାର ଫ୍ୟାସପ୍ୟାକ୍‌ର ଆବଶ୍ୟକତା ରହିଛି।

ଶୁଷ୍କ ତ୍ୱଚା ପାଇଁ ଫେସ୍‌ପ୍ୟାକ୍

ଖରା ଦିନେ ଶୁଷ୍ମ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ । ସୁର୍ଯ୍ୟର ଅତିବାଇଗଣୀ କିରଣର ପ୍ରଭାବ ଏହି ତ୍ୱଚାରେ ଶୀଘ୍ର ହୋଇଥାଏ । ଏଥିରେ କଳା ଓ ଶୁଷ୍ମତାର ସମସ୍ୟା ବଢିଯାଇଥାଏ । ଏମିତି ତ୍ୱଚା ଥିବା ମହିଳାମାନଙ୍କ ପାଇଁ ଏହି ଫ୍ୟାସପେକ ଲାଭଦାୟକ ହେବ ।

୧) ଅମୃତଭଣ୍ଡା – ପାଚିଲା ଅମୃତଭଣ୍ଡାକୁ ତିନି ଚିରି ଫାଳ କରି ତାର ପେଷ୍ଟ ବନାନ୍ତୁ ଓ ତାହାକୁ ନିଜର ମୁହଁରେ ଭଳ ଭାବରେ ଲଗାନ୍ତୁ । ଏହା ପରେ ନରମ ସୂତା କପଡାରେ ମୁହଁକୁ ଭଲ  ଭାବରେ ଘୋଡାଇ ଦିଅନ୍ତୁ । କାରଣ ପ୍ୟାକ୍‌ ଭଳ ଭାବରେ ଲାଗି ରହିବ । ୧୫ ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ରିଲାକ୍ସ କରନ୍ତୁ । ତାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

୨) ଦହି ଓ ମହୁ- ଦୁଇ ଚାମଚ ଦହିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଭଲ ଭାବରେ ଲଗାନ୍ତୁ । ସୁଖି ଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

୩) ମଲାଇ ଓ କେଶର- ଗୋଟଏ ଚାମଚ ବେସନ, ଏକ ଚାମଚ ମଲାଇ, ଅଳ୍ପ କେସର ଓ ଏକ ଚାମଚ ଗୋଳାପଜଳକୁ ଏକା ସାଙ୍ଗରେ ମିଶାନ୍ତୁ ଓ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଧିରେ ଧିରେ ପାଣି ହାତରେ ସଫା କରନ୍ତୁ ଓ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

୪) ବାଦାମ ଓ ଗୋଲାପ ଜଳ- ଆଠ-ଦଶ ବାଦାମକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ ଓ ସକାଳୁ ତାର ପେଷ୍ଟ ତିଆରି କରନ୍ତୁ । ତାପରେ ସେଥିରେ ଗୋଳାପଜଳ ଦୁଇ-ଚାରି ବୁନ୍ଦା ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହି ପ୍ୟାକ୍‌ ଶୁଷ୍ମ ତ୍ୱଚାରେ ଶୀଘ୍ର ପ୍ରଭାବ ପକାଇଥାଏ ।



from Odisha Reporter http://bit.ly/2ZgISsV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages