ସ୍ମିତାଙ୍କୁ ବାହା ହେବାକୁ ଘର ଛାଡ଼ି ପଳାଇଥିଲେ ଜଣେ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ସ୍ମିତାଙ୍କୁ ବାହା ହେବାକୁ ଘର ଛାଡ଼ି ପଳାଇଥିଲେ ଜଣେ ଅଭିନେତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କୁ କିଏ ବା ନଜାଣିଛି।  ହିନ୍ଦୀ, ମରାଠୀ ଓ ମଲାୟାଲମ ଭାଷାରେ ୮୦ରୁ ଅଧିକ ଫିଲ୍ମ କରିଥିବା ତଥା ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସ୍ମିତା ମାତ୍ର ୩୧ ବର୍ଷ ବୟସରେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଆହୁରି ଦୁଃଖର କଥା, ଯେଉଁ ବର୍ଷ ସେ ବାହା ହୋଇଥିଲେ, ସେହି ବର୍ଷ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସ୍ମିତାଙ୍କୁ ବାହା ହୋଇଥିଲେ ବଲିଉଡ୍ ଅଭିନେତା ତଥା ପରେ ରାଜନୀତିରେ ପାଦ ଥାପିଥିବା ରାଜ୍‌ ବବର। ଆଜି ହେଉଛି ରାଜ୍ ବବରଙ୍କ ଜନ୍ମଦିନ। ଆଜି ସେ ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସ୍ମିତାଙ୍କୁ ବାହା ହେବାକୁ ସେ ଘର ଛାଡ଼ି ପଳାଇଥିଲେ।

 

୧୯୮୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆଜ୍‌ କି ଆୱାଜ୍‌’ରେ ଉଭୟ ସ୍ମିତା ଓ ରାଜ୍‌ ବବର କାମ କରିଥିଲେ। ଏହା ପରଠାରୁ ହିଁ ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ସେତେବେଳେ ସେମାନଙ୍କ ରିଲେସନ୍‌ସିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍ ଚର୍ଚ୍ଚା ହୋଇଥିଲା। ସେତେବେଳକୁ ରାଜ୍ ବାବର ବିବାହିତ ଥିଲେ ଓ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲେ।  ରାଜ୍ ବାବର ୧୯୭୫ ମସିହାରେ ନାଦିରାଙ୍କୁ ବାହା ହୋଇଥିଲେ।

ରାଜ୍‌ ବାବର ଓ ସ୍ମିତାଙ୍କ ସଂପର୍କକୁ ସ୍ମିତାଙ୍କ ମା’ ମଧ୍ୟ ବିରୋଧ କରୁଥିଲେ। ତେବେ ଘର ଲୋକଙ୍କ ବିରୋଧ ସତ୍ତ୍ୱେ ୧୯୮୬ ମସିହାରେ ଦୁହେଁ ବାହା ହୋଇଥିଲେ। ସେହିବର୍ଷ ନଭେମ୍ବର ମାସ ୨୮ ତାରିଖରେ ସେମାନଙ୍କର ଏକ ପୁଅ ହୋଇଥିଲା। ତେବେ ଡିସେମ୍ବର ୧୩ ତାରିଖରେ ସ୍ମିତାଙ୍କ ପରଲୋକ ହୋଇଯାଇଥିଲା। ପ୍ରସବ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଏ।

କିଛି ବର୍ଷ ତଳେ ସ୍ମିତାଙ୍କୁ ମନେ ପକାଇ ରାଜ୍ ବବର ସୋଶାଲ୍ ମିଡିଆରେ ଏକ ଭାବବିହ୍ୱଳ ଲେଖା ପୋଷ୍ଟ୍ କରିଥିଲେ। ସେ ଲେଖିଥିଲେ- ଯେତେବେଳେ ତୁମେ ଯାଇଥିଲ, ସେତେବେଳେ ତୁମକୁ ମାତ୍ର ୩୧ ବର୍ଷ ହୋଇଥିଲା…ଜୀବନକୁ ତୁମେ ଖୁବ୍ ଶୀଘ୍ର ଶୀଘ୍ର ଜିଇଁ ଦେଲ… ତୁମ ଅନୁପସ୍ଥିତିକୁ ନେଇ ଏବେବି ବିଶ୍ୱାସ ହୁଏ ନାହିଁ…

ସୂଚନାଯୋଗ୍ୟ, ସ୍ମିତା ଓ ରାଜ୍‌ ବବରଙ୍କ ପୁଅ ପ୍ରତୀକ ମଧ୍ୟ ଜଣେ ଅଭିନେତା। ଚଳିତ ବର୍ଷ ତାଙ୍କର ବାହାଘର ହୋଇଛି। ତାଙ୍କ ବାହାଘରରେ ରାଜ୍‌ ବାବର ଖୁବ୍ ଉତ୍ସାହିତ ଦେଖାଯାଉଥିଲେ।

 

 

 



from Odisha Reporter http://bit.ly/2L93Oy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages