ସୁନୈନାଙ୍କ ସମ୍ପର୍କକୁ କାହିଁକି ବିରୋଧ କରୁଛନ୍ତି ରୋଶନ ପରିବାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ସୁନୈନାଙ୍କ ସମ୍ପର୍କକୁ କାହିଁକି ବିରୋଧ କରୁଛନ୍ତି ରୋଶନ ପରିବାର?

ମୁମ୍ବାଇ:  ବଲିଉଡର ଜଣାଶୁଣା ରୋଶନ ପରିବାରରେ ଏବେ ସବୁକିଛି ଠିକ୍‌ଠାକ ଚାଲି ନାହିଁ। ହ୍ରିତିକ ରୋଶନଙ୍କ ଭଉଣୀ ସୁନୈନା ରୋଶନଙ୍କର ତାଙ୍କ ବାପା, ଭାଇଙ୍କ ସହ ହୋଇଥିବା ଝଗଡା ବି ଟାଉନରେ ଗସିପ୍‌ର କାରଣ ପାଲଟିଛି। ସୁନୈନାଙ୍କ ବୟଫ୍ରେଣ୍ଡ ଜଣେ ମୁସଲିମ୍‌ ହୋଇଥିବାରୁ ତାଙ୍କୁ ବାପା, ଭାଇଙ୍କ ରୋଷର ଶିକାର ହେବାକୁ ପଡୁଛି ବୋଲି ସେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ଅନୁଯାୟୀ, ସୁନୈନାଙ୍କ ବୟଫ୍ରେଣ୍ଡ ରୁହେଲେ ଅମିନ ଜଣେ ରିପୋର୍ଟର ହୋଇଥିବା ବେଳେ ସେ ବିବାହିତ ଅଟନ୍ତି। ତାଙ୍କର୨ ପିଲା ଥିବା ନେଇ ମଧ୍ୟ ନିକଟତମ ସୂତ୍ରରୁ ଜଣାପଡିଛି । ଏ‌ଥିଲାଗି ସୁନୈନାଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ପ୍ରବଳ ବିରୋଧ କରୁଛନ୍ତି।  ରାକେଶ ରୋଶନଙ୍କ ପରିବାର ଝିଅ କୌଣସି ପ୍ରକାର ଅସୁବିଧାରେ ନ ପଡୁ ବୋଲି ଚାହୁଁଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ।

ଅପରପକ୍ଷେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ରୋଶନ ପରିବାର ତାଙ୍କୁ ଖୁବ୍‌ ନିର୍ଯାତନା ଦେଉଥିବା କହିଛନ୍ତି ସୁନୈନା। ସେମାନେ ଏଥିରେ ବାଧା ସୃଷ୍ଟି କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଚେରି ହୋଇ ଛିଡା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ସୁନୈନାଙ୍କ କହିବାନୁଯାୟୀ, ଏ ସମ୍ପର୍କରେ ଜାଣିବା ପରେ ବାପା ରାକେଶ ରୋଶନ ତାଙ୍କୁ ଖୁବ୍‌ ମାରଧର କରିବା ସହ ବୟପ୍ରେଣ୍ଡ ରୁହେଲଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି। ସୁନୈନା ପୂର୍ବରୁ ୨ ଥର ବିବାହ କରି ସାରିଥିବା ବେଳେ ତାହା ଅସଫଳ ରହିଛି। ତେଣୁ ପୁଣି କୌଣସି ଭୁଲ ପଦକ୍ଷେପ ଝିଅ ନେଇ ପଶ୍ଚାତାପ କରୁ ବୋଲି ଚାହୁଁ ନାହାନ୍ତି ରୋଶନ ପରିବାର।

ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ନେଇ ବହୁଥର ଟୁଇଟ୍‌ ଜରିଆରେ ସୁନୈନା ଅଭିଯୋଗ ଆଣିଛନ୍ତି। ଏଥିଯୋଗୁ ତାଙ୍କୁ ନର୍କରେ ବଞ୍ଚିବା ପରି ଲାଗୁଥିବା ସେ କହିଛନ୍ତି। ବହୁ ପୂର୍ବରୁ ହ୍ରିତିକ-କଙ୍ଗନାଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟର ୱାର ସବୁବେଳେ ଲାଇମ୍‌ଲାଇଟରେ ରହି  ଆସୁଛି। ଏପରି ସ୍ଥିତିରେ ହ୍ରିତିକଙ୍କ ଭଉଣୀ ସୁନୈନାଙ୍କୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଏବେ ଖୁବ ସପୋର୍ଟ କରୁଥିବା ଦେଖିବାକୁ ମିଳୁଛି।



from Odisha Reporter https://ift.tt/2KKAUFg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages