ବିଶ୍ୱକପ୍‌ରେ ଭାରତର ଆଉ ଏକ ମାଇଲଖୁଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ବିଶ୍ୱକପ୍‌ରେ ଭାରତର ଆଉ ଏକ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତ ଗତକାଲି ତାର ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଦଳ ଆଫ୍‌ଗାନିସ୍ତାନକୁ ୧୧ରନ୍‌ରେ ହରାଇଛି। ଏହା ସହିତ ବିଶ୍ୱକପ୍‌ରେ ଦଳ ବିଜୟରେ ଅର୍ଦ୍ଧଶତକ ହାସଲ କରିଛି। ଅର୍ଥାତ୍‌ ଏଯାବତ୍‌ ସମସ୍ତ ବିଶ୍ୱକପ୍‌ରେ ଭାରତ ଯେତୋଟି ମ୍ୟାଚ୍ ଖେଳିଛି, ସେଥିରୁ ୫୦ଟିରେ ବିଜୟୀ ହୋଇଛି। ଗତକାଲି ଆଫ୍‌ଗାନିସ୍ତାନକୁ ପରାସ୍ତ କରିବା ସହିତ ଦଳ ତାର ୫୦ତମ ବିଜୟ ହାସଲ କରିଥିଲା।

ବିଶ୍ୱକପ୍‌ରେ ୫୦ଟି ମ୍ୟାଚ୍ ଜିତିବାରେ ଭାରତ ହେଉଛି ତୃତୀୟ ଦଳ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏହି ମାଇଲଖୁଣ୍ଟ ଅତିକ୍ରମ କରି ସାରିଛନ୍ତି।
ଭାରତ ବିଶ୍ୱକପ୍‌ରେ ୭୯ଟି ମ୍ୟାଚ୍ ଖେଳିଥିବା ବେଳେ ୫୦ଟିରେ ବିଜୟୀ ହୋଇଛି ଓ ୨୭ଟିରେ ହାରିଛି। ଆଉ ଦୁଇଟି ମ୍ୟାଚ୍‌ରୁ କୌଣସି ଫଳାଫଳ ବାହାରି ନାହିଁ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ୯୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୬୭ଟିରେ ବିଜୟୀ ହୋଇଛି। ପାଞ୍ଚ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ୨୧ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ମ୍ୟାଚ୍‌ର କୌଣସି ଫଳାଫଳ ଆସି ନଥିଲା।

ସେହିପରି ନ୍ୟୁଜିଲ୍ୟାଣ୍ଡ ୮୪ଟି ମ୍ୟାଚ୍ ଖେଳିଥିବା ବେଳେ ୫୨ଟିରେ ବିଜୟୀ ହୋଇଛି। ୩୦ଟି ମ୍ୟାଚ୍‌ରେ ଦଳ ପରାଜିତ ହୋଇଛି।

୧୯୭୫ରେ ପ୍ରଥମେ ବିଶ୍ୱକପ୍ କ୍ରିକେଟ୍ ଆରମ୍ଭ ହୋଇଥିଲା। ଭାରତ ବି ଏଥିରେ ସାମିଲ ହୋଇଥିଲା ଓ ୩ଟି ମ୍ୟାଚ୍ ଖେଳି ଗ୍ରୁପ୍‌ଷ୍ଟେଜ୍‌ରୁ ବାହାର ହୋଇଯାଇଥିଲା। ଦଳ ୧୯୮୩ ଓ ୨୦୧୧ରେ ଚାମ୍ପିଅନ୍ ହୋଇଥିବା ବେଳେ ୨୦୦୩ରେ ଫାଇନାଲ୍‌ରେ ହାରି ଯାଇଥିଲା। ସେହିପରି ୧୯୮୭, ୧୯୯୬ ଓ ୨୦୧୫ରେ ଦଳ ସେମିଫାଇନାଲ୍‌ ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲା।



from Odisha Reporter http://bit.ly/2IABlQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages