ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି, ଜାଣି ରଖନ୍ତୁ କିପରି ରଖିବେ ଗେଟଅପ୍‌, ମେକଅପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି, ଜାଣି ରଖନ୍ତୁ କିପରି ରଖିବେ ଗେଟଅପ୍‌, ମେକଅପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) : ବର୍ତ୍ତମାନ ସମୟରେ ନିଯୁକ୍ତି ବଜାରରେ ପ୍ରାର୍ଥୀଙ୍କ ମଧ୍ୟରେ ବହୁ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଏହି ପ୍ରତିଯୋଗିତା ଭିତରେ ନିଜକୁ ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ଆବଶ୍ୟକତା ରହିଛି । କୌଣସି ଚାକିରୀରେ ନିଯୁକ୍ତି ପାଇବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସାକ୍ଷାତକାର ଦେବାକୁ ପଡିଥାଏ। ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡିଥାଏ। ତେଣୁ ସାକ୍ଷାତକାର ସମୟରେ  କେଉଁ ଗେଟଅପ୍‌, ମେକଅପ୍‌ ନେଇ ଲୁକକୁ ଆକର୍ଷଣୀୟ କରିପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

 ଡ୍ରେସ୍‌ ଚୟନ: ପ୍ରଥମେ ଆପଣ  ସ୍ଥିର କରି ନିଅନ୍ତୁ  ଯେ, କେଉଁ କ୍ଷେତ୍ରରେ ଆପଣ ପ୍ରବେଶ କରିବାକୁ ଇଚ୍ଛୁକ ଅଛନ୍ତି। ଯଦି ଆପଣ କର୍ପୋରେଟ କ୍ଷେତ୍ରରେ ଚାକିରୀ କରିବାକୁ ଚାହୁଁଛନ୍ତି ତା’ ହେଲେ ଫର୍ମାଲ ଡ୍ରେସକୁ ପ୍ରାଥମିକତା ଦିଅନ୍ତୁ। ଯଦି ଆପଣ କ୍ରିଏଟିଭ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ , ତା’ ହେଲେ ଆପଣ ନିଜ ଡ୍ରେସକୁ ନେଇ କିଛି ପ୍ରୟୋଗ କରିପାରିବେ।

କେଶ ସଜ୍ଜା: କୁହାଯାଏ କେଶ ସଜ୍ଜା ବିନା ଗେଟଅପ୍‌ ଅଧୁରା ଲାଗେ। ତେଣୁ ଇଣ୍ଟରଭିୟୁକୁ ଯିବା ପୂର୍ବରୁ ମଧ୍ୟ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଇଣ୍ଟରଭ୍ୟୁ ଯିବା ସମୟରେ ସାଧାସିଧା ହେୟାର୍‌ ଷ୍ଟାଇଲ୍‌ କରି ଯାଆନ୍ତୁ । ଯୁବକମାନେ ଏହା ପୂର୍ବରୁ ଭଲ ହେୟାର କଟିଙ୍ଗ କରାଇ ନେବାକୁ ଭୁଲନ୍ତୁ ନାହିଁ ।

ହାଲକା ମେକଅପ୍‌ : ଏହି ଖାସ୍‌ ମୌକା ଅବସରରେ ଆପଣ ସାଧାରଣ ମେକଅପ୍‌ ନେଇ ଇଣ୍ଟରଭିୟୁ ଦେବାକୁ ଯାଆନ୍ତୁ । ଯେପରିକି ଯୁବତୀମାନେ କ୍ରିମ୍‌ ସହ ଅଳ୍ପ ଫାଉଣ୍ଡେସନର ବ୍ୟବହାର କରନ୍ତୁ। କାଜଲ,ଆଇଲାଇନର୍‌, ମସ୍କରା ଏବଂ କିଛି ମାତ୍ରାରେ ଆଇ ସ୍ୟାଡୋ ଲଗାନ୍ତୁ । ଏହି ସମୟରେ ଯୁବକମାନେ ମଧ୍ୟ  କ୍ଲିନ୍‌ ସେଭ୍‌ ହୋଇ ଯିବା ନିହାତି ଜରୁରୀ।

ଜୋତା ଚୟନ:  ଏ ସମୟରେ ଏପରି ଜୋତାର ଚୟନ କରନ୍ତୁ ଯାହାକି ଆରାମଦାୟକ ହୋଇଥିବ। କାରଣ ଯେଉଁ ଜୋତାରେ ଆପଣ ଆରାମ ଅନୁଭବ ନ କରିବେ, ସେପରି ଜୋତା ପିନ୍ଧିଲେ ଆପଣଙ୍କ ସବୁ ଧ୍ୟାନ ଉକ୍ତ ଜୋତା ଉପରେ କେନ୍ଦ୍ରିତ ହେବ। ସେହିପରି ଯୁବତୀମାନେ କେବଳ ହାଇହିଲ୍‌ ପିନ୍ଧିକି ଯିବାକୁ ବାଧ୍ୟ ବୋଲି କୌଣସି ନିୟମ ନାହିଁ। ଏକ ଭଲ ସ୍ୟାଣ୍ଡେଲ ଚୟନ କରନ୍ତୁ, ଯାହାକି ଆପଣଙ୍କ କପଡା ସହ ମ୍ୟାଚ କରିବ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ମଧ୍ୟ ଭଲ ଭାବେ ପ୍ରସ୍ପୁଟିତ ହେବ।



from Odisha Reporter https://ift.tt/2NyBsjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages