ହିନ୍ଦୁ ଧର୍ମରେ ଶୁକ୍ରବାର ଦିନଟି ଗ୍ରହ ଦେବତା ଶୁକ୍ରଙ୍କୁ ସମର୍ପିତ। ଜନ୍ମ କୁଣ୍ଡଳୀରେ ଶୁକ୍ରଗ୍ରହ ଭଲ ସ୍ଥିତିରେ ଥିଲେ ଜୀବନରେ ନାମ, ଯଶ, ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଶୁକ୍ରଗ୍ରହ ଖରାପ ସ୍ଥିତିରେ ଥିଲେ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିଦିନ ଶୁକ୍ରଙ୍କୁ ସନ୍ତୁଷ୍ଟ ରଖିବାକୁ ଚାହୁଁଥିଲେ, ନିମ୍ନଲିଖିତ ଉପାୟ ଗୁଡ଼ିକୁ ଅବଲମ୍ବନ କରିପାରିବେ।
୧. ଶୁକ୍ରବାର ଦିନ ଗାଈକୁ ଅଟା ଓ ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ। ଏପରି କଲେ ଶୁକ୍ରଙ୍କ କୋପଦୃଷ୍ଟି ଦୂର ହୋଇଥାଏ ବୋଲି କୁହାଯାଏ।
୨. ଶୁକ୍ରବାର ଲାଲ ବସ୍ତ୍ର ପରିଧାନ କରି ବ୍ରାହ୍ମଣଙ୍କୁ ଚାଉଳ ଓ ଚିନି ଦାନ କରନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୁଏ।
୩. ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ପାଣି ଭରି ବିଷ୍ଣୁଙ୍କୁ ଅଭିଷେକ କଲେ ମା’ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ଓ ଆପଣଙ୍କ ଆର୍ଥିକ ଦୁରବସ୍ଥା ଦୂର ହୋଇଯିବ।
from Odisha Reporter https://ift.tt/2K5vMsq
No comments:
Post a Comment