ନିଜ ଭାଇର ଝିଅକୁ ଜନ୍ମ ଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ନିଜ ଭାଇର ଝିଅକୁ ଜନ୍ମ ଦେଲେ ମହିଳା

ଲଣ୍ଡନ: ବିନା ଶାରୀରିକ ସମ୍ପର୍କରେ ଜଣେ ମହିଳା ନିଜ ଭାଇଙ୍କ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଖବରଟି କାଳ୍ପନିକ ଲାଗୁଥିଲେ ମଧ୍ୟ ସତ। ଆଜିର ଆଧୁନିକ ବିଜ୍ଞାନ ଯୋଗୁ ଏହା ସମ୍ଭବ ହୋଇପାରିଛି। ବ୍ରିଟେନର କମ୍ବ୍ରିଆରେ ରହୁଥିବା 27 ବର୍ଷୀୟ ମହିଳା ଚ୍ୟାପେଲ କୂପର ନିଜ ଗର୍ଭରୁ ତାଙ୍କ ସମଲିଙ୍ଗୀ ଭାଇ ସ୍କଟ ଷ୍ଟିଫେନସଙ୍କ ଝିଅକୁ ଜନ୍ମ ଦେଇଛନ୍ତି।
ସୂଚନାଯୋଗ୍ୟ, କୂପରଙ୍କ ଭାଇ ଷ୍ଟିଫେନ୍ସ  ଅନ୍ୟ ଜଣେ ପୁରୁଷଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଛନ୍ତି। ଗୋଟିଏ ପଟେ ଷ୍ଟିଫେନ୍ସ ଏକ ସନ୍ତାନର ପିତା ହେବାକୁ ଚାହୁଁଥିବା ବେଳେ ସେ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ। ତେଣୁ ତାଙ୍କ ଭଉଣୀ କୂପର ତାଙ୍କ ଭାଇଙ୍କ ସମଲିଙ୍ଗୀ ପାର୍ଟନରଙ୍କ ଶୁକ୍ରାଣୁ ଆଣି ଫର୍ଟିଲାଇଜେସନ ଜରିଆରେ ଏକ କନ୍ୟାକୁ ଜନ୍ମ ଦେଇଛନ୍ତି।
କୂପରଙ୍କ ପୂର୍ବରୁ ଜଣେ ଝିଅ ରହିଛି। ଏବେ ସେ ଏହି ନବଜାତ କନ୍ୟାର ବାୟୋଲଜିକାଲ ମାଆ ମଧ୍ୟ ହୋଇଛନ୍ତି। ଅର୍ଥାତ, ସେ ଏହି କନ୍ୟାର ଉଭୟ ମାଆ ଓ ମାଉସୀ
ହେବାର ନିଆରା ପରିଚୟ ପାଇଛନ୍ତି। ଭଉଣୀଙ୍କର ଏଭଳି ସାହାଯ୍ୟ ପାଇଁ ତାଙ୍କୁ ଭାଇ ଷ୍ଟିଫେନସ ଓ ତାଙ୍କ ସମଲିଙ୍ଗୀ ବନ୍ଧୁ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରିଛନ୍ତି।


from Odisha Reporter https://ift.tt/2Shj9yc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages