ଆହୁରି ୪୮ ଘଣ୍ଟା ବର୍ଷା; କେଉଁଠି ମଧ୍ୟମ ତ କେଉଁଠି ଝିପିଝିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

ଆହୁରି ୪୮ ଘଣ୍ଟା ବର୍ଷା; କେଉଁଠି ମଧ୍ୟମ ତ କେଉଁଠି ଝିପିଝିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବ। ହେଲେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, କଟକ ଓ ଭୁବନେଶ୍ୱର ସହିତ କୌଣସି ଜିଲ୍ଲା ପାଇଁ ହେଭି ରେନ୍‌ଫଲ୍ ୱାର୍ଣ୍ଣଂ ଜାରି ହୋଇନି। ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ।

ଓଡ଼ିଶାରେ ଜୁନ୍ ପହିଲାରୁ ଏଯାବତ୍ ସ୍ୱାଭାବିକ ବୃଷ୍ଟିପାତ ହୋଇ ନଥିବା ବେଳେ ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ। ଏହାର ପ୍ରଭାବରେ ବର୍ଷା ସ୍ୱାଭାବିକ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି,“ଝାରଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଏବେ ଲୋ ପ୍ରେସରରେ ପରିଣତ ହୋଇଛି। ଏବେ ଏହାର ପଶ୍ଚିମ ବିହାର ଓ ଝାରଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି।”

ସେ ଆହୁରି କହିଛନ୍ତି, “ସମୁଦ୍ର ଅଶାନ୍ତ ରହୁଥିବାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି  ଜିଲ୍ଲାରେ ହେଭି ରେନ୍‌ ଫଲ୍ ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।”



from Odisha Reporter https://ift.tt/2JlAFyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages