ସାଲେପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ପଞ୍ଚାୟତର ସମିତି ସଭ୍ୟଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ ଶୋଇଥିବା ବେଳେ ଅଭିଯୁକ୍ତ ଝରକା ଦେଇ ଘରେ ପଶିଥିଲେ। ସେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କ ଶାଶୂ ଦୌଡ଼ି ଆସିଥିଲେ। ଏହା ପରେ ଅଭିଯୁକ୍ତ ଉଭୟଙ୍କୁ ଛୁରୀ ଦେଖାଇ ଏ କଥା କାହାକୁ ନ କହିବାକୁ ଧମକ ଦେଇଥିଲେ। ସେ ଉଭୟଙ୍କୁ ମାରି ଦେବାକୁ ଧମକ ଦେଇଥିଲେ।
ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/30G4MGI
No comments:
Post a Comment