ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ରୁହନ୍ତୁ ସାବଧାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 18, 2019

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ରୁହନ୍ତୁ ସାବଧାନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମରୁ ଟିକେ ଫୁର୍‌ସତ୍‌ ମିଳିଲେ, ମନକୁ ହାଲ୍‌କା କରିବାକୁ ଅନେକ ଲୋକ ଇଅରଫୋନ୍‌ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍‌ ଫୋନ୍‌ରେ କଥା ହେବା ବେଳେ ଇଅର୍‌ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍‌ ଲଗାଇ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ବା ଗୀତ ଶୁଣୁଥିବା ଦେଖିବାକୁ ମିଳୁଛି। ଏହା ଆଦୌ ଭଲ ନୁହେଁ। ଏହା ବହୁତ କ୍ଷତିକାରକ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଅଧିକ ସମୟ ଇଅରଫୋନ୍ ବ୍ୟବହାର କଲେ କେଉଁ ସବୁ ସମସ୍ୟା ଦେଖାଯାଏ।

୧. ଶ୍ରବଣଶକ୍ତି ହ୍ରାସ ପାଏ
ଗବେଷଣା ଅନୁସାରେ ଯଦି କୌଣସି ବ୍ୟକ୍ତି ଇଅରଫୋନ୍ ଲଗାଇ ୯୦ ଡେସିବେଲ୍‌ରୁ ଅଧିକ ସାଉଣ୍ଡ ଦେଇ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୀତ ଶୁଣନ୍ତି, ତା’ହେଲେ ସେ କାଲ ହୋଇଯିବାର ଆଶଙ୍କା ରହିଥାଏ। ପ୍ରକୃତରେ କାନର ଶୁଣିବାର କ୍ଷମତା ହେଉଛି ୯୦ ଡେସିବେଲ୍‌। କିନ୍ତୁ ଲଗାତାର ଇଅରଫୋନ୍‌ରେ ଗୀତ ଶୁଣିବା ଯୋଗୁ ଏହି କ୍ଷମତା ୪୦ରୁ ୫୦ ଡେସିବେଲ୍‌ ପର୍ଯ୍ୟନ୍ତ ହ୍ରାସ ହୋଇଯାଏ। ଫଳରେ ଦୂରରୁ ଆସୁଥିବା ଶବ୍ଦ ଶୁଣାଯାଏ ନାହିଁ।

୨. ହୃଦ୍‌ରୋଗ ଆଶଙ୍କା ବଢ଼େ
ଘଣ୍ଟା ଘଣ୍ଟା ଧରି ଇଅରଫୋନ୍ ଲଗାଇ ଅଧିକ ସାଉଣ୍ଡ ଦେଇ ଗୀତ ଶୁଣିଲେ କେବଳ କାନ ନୁହେଁ, ହୃତ୍‌ପିଣ୍ଡ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ଏଥିଯୋଗୁ ହୃତ୍‌ ସ୍ପନ୍ଦନ ବଢ଼ିଯାଏ ଓ ହୃଦ୍‌ଘାତ ହେବାର  ଆଶଙ୍କା ବଢ଼ିଯାଏ।

୩. ମୁଣ୍ଡରେ ଯନ୍ତ୍ରଣା ହୁଏ
ଇଅରଫୋନ୍‌ରୁ ବାହାରୁଥିବା ବିଦ୍ୟୁତ୍‌ ଚୁମ୍ୱକୀୟ ତରଙ୍ଗ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାର ପ୍ରଭାବରେ ଭଲ ନିଦ ହୁଏ ନାହିଁ। ତା’ସହିତ ମୁଣ୍ଡରେ ଯନ୍ତ୍ରଣା ହୁଏ।

୪. କାନ ସଂକ୍ରମିତ ହୁଏ

ନିଜ ଇଅରଫୋନ୍ ଆଉ କାହାକୁ ଦିଅନ୍ତୁ ନାହିଁ କି ଅନ୍ୟମାନେ ବ୍ୟବହାର କରୁଥିବା ଇଅରଫୋନ୍‌କୁ ଆପଣ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ୱାରା କାନ ସଂକ୍ରମିତ ହେବାର ଆଶଙ୍କା ଥାଏ। ତେଣୁ ଏଥିପ୍ରତି ଯତ୍ନବାନ ହୁଅନ୍ତୁ।

ଯଦି ଆପଣ ଏସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତା’ହେଲେ କେବଳ ଆବଶ୍ୟକ ପଡ଼ିଲେ ଇଅରଫୋନ୍ ବ୍ୟବହାର କରନ୍ତୁ। ସେହିଭଳି ବଜାରରେ ମିଳୁଥିବା ଶସ୍ତା କ୍ୱାଲିଟିର ଇଅରଫୋନ୍‌ ବ୍ୟବହାର କରନ୍ତୁ ନାହିଁ।



from Odisha Reporter https://ift.tt/2GjrMUa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages