ଫେରିଆସନ୍ତା କି ମୋ ପୁଅ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 23, 2019

ଫେରିଆସନ୍ତା କି ମୋ ପୁଅ…

ନୀଳଗିରି(ବିଶ୍ୱମ୍ୱର ଦାସ): କାନ୍ଦୁଛି ମାଆ। ନିଜ ପଣତକାନିରେ ପୁଅର ଫଟୋକୁ କେତେ ବେଳେ ପୋଛି ଦେଉଛି ତ କେତେବେଳେ ବାହୁନି ବାହୁନି କାନ୍ଦୁଛି। ପୁଣି କେତେବେଳେ ସହିଦ ପୁଅର ପୋଷାକ ବାକ୍ସ ଉପରେ ମୁଣ୍ଡ ରଖି ଲୁହ ଗଡ଼ାଇ ଚାଲିଛି ମାଆ। କାର୍ଗିଲ ଯୁଦ୍ଧରେ ୨୦ ବର୍ଷ ତଳେ ମାଆ କୋଳ ଖାଲି କରି ସହିଦ୍‌ ହୋଇଥିଲେ ବୀର ମହେଶ୍ୱର ବେହେରା। ଆଜି ବି ତାଙ୍କ ମାଆ ଭବମଣି ବେହେରା ବାହୁନି ବାହୁନି କାନ୍ଦୁଛନ୍ତି। ଆଉ କହୁଛନ୍ତି, ମୋ’ ପୁଅ ଫେରି ଆସନ୍ତା କି?

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ରାଜ ବରହମପୁର ଗାଁରେ ମହେଶ୍ୱର ବେହେରା ଜନ୍ମ ଗ୍ରହଣ କରିଥିଲେ। ଦେଶ ମାତୃକାର ସେବା କରିବା ଲାଗି ସେନାରେ ଭର୍ତ୍ତି ହୋଇଥିଲେ। ପ୍ରତି ଛୁଟିରେ ଘରକୁ ଆସୁଥିଲେ। ହେଲେ କାର୍ଗିଲ ଲଢ଼େଇ ପରେ ଆଉ ଫେରିନଥିଲେ। ଆସିଥିଲା ସେନା କାର୍ଯ୍ୟାଳୟରୁ ପୁଅର ସହିଦ ହେବା ଖବର ନେଇ ଖଣ୍ଡିଏ ଚିଠି। ସେହି ଦିନରୁ ମାଆ କାନ୍ଦୁଛନ୍ତି। ଆଉ ବେଳେବେଳେ ବୀର ପୁଅ ପୋଷାକ ଥିବା ବାକ୍ସକୁ ଖୋଲିବାକୁ ଚେଷ୍ଟା କରନ୍ତି। ମାତ୍ର ତାଙ୍କର ମାନସିକ ସ୍ଥିତି ଭଲ ରହୁନଥିବାରୁ ପରିବାର ଲୋକେ ଉକ୍ତ ବାକ୍ସରେ ତାଲା ପକାଇ ଚାବି ଲୁଚାଇ ଦେଇଛନ୍ତି। ସେଥିପାଇଁ ସେ ବାକ୍ସର ତାଲା ଖୋଲିବା ପାଇଁ ତାକୁ ହାତୁଡ଼ିରେ ମଧ୍ୟ ପିଟନ୍ତି। କିନ୍ତୁ ତାଲା ଭାଙ୍ଗେ ନାହିଁ।ଏଇ ୨୬ ତାରିଖରେ କାର୍ଗିଲ ବିଜୟକୁ ୨୦ ବର୍ଷ ପୂରିବ। କାର୍ଗିଲ ବିଜୟ ଦିବସ ପାଳନ ପାଇଁ ସେନା ପକ୍ଷରୁ କରାଯାଉଛି ବ୍ୟାପକ ପ୍ରସ୍ତୁତି। ଗତ ୧୪ରେ ନୂଆଦିଲ୍ଲୀରୁ ବାହାରିଥିବା କାରଗିଲ୍‌ ବିଜୟ ଜ୍ୟୋତି ୨୬ ତାରିଖରେ ଦ୍ରାସରେ ପହଞ୍ଚିବ। କାର୍ଗିଲ ଯୁଦ୍ଧରେ ସେନାର ପରାକ୍ରମକୁ ମନେପକାଇ ଗତ ମାସେ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

୧୯୯୯ରେ ଲଢ଼ାଯାଇଥିବା କାର୍ଗିଲ ଯୁଦ୍ଧ ୬୦ରୁ ଅଧିକ ଦିନ ଧରି ଚାଲିଥିଲା। ଏହି ଯୁଦ୍ଧରେ ଭାରତୀୟ ସେନାର ୨୬ ଜଣ ଅଫିସରଙ୍କ ସମେତ ୫୨୭ଜଣ ସହିଦ ହୋଇଥିଲେ। ଓଡ଼ିଶାରୁ ୧୩ ଜଣ ସୈନିକ ମଧ୍ୟ ଏଥିରେ ପ୍ରାଣବଳି ଦେଇଥିଲେ।

ttps://youtu.be/_c497pJ2s7o



from Odisha Reporter https://ift.tt/2Yly9Re

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages