ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖକୁ ସୁବାସିତ କରିବାକୁ ବହୁ ଲୋକ ପାନ ଖାଇଥାନ୍ତି। ଅନେକ ଜାଣି ନ ଥିବେ ଯେ, ଏହି ପାନରେ ଅନେକ ପ୍ରକାର ଭିଟାମିନ୍ ବି ରହିଥାଏ। ଏହାକୁ ବ୍ୟବହାର କରି ଆପଣ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ଭିଟାମିନ୍-ସି, କ୍ୟାଲ୍ସିୟମ୍ ଭଳି ଅନେକ ତତ୍ତ୍ୱ ରହିଥାଏ। ଏହାକୁ ଖାଇବା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ଆଉ ଏହାର ବ୍ୟବହାର କିପରି କରିବେ ସେ ବିଷୟରେ ମଧ୍ୟ ତଥ୍ୟ ଦେବୁ। ତାହଲେ ପଢ଼ନ୍ତୁ ଏହାକୁ କିପରି ବ୍ୟବହାର କରିବେ।
୧, ପାନ ପତ୍ର ଶ୍ୱାସ ରୋଗ ଭଲ କରିଥାଏ। ପାନ ପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ।
୨, ଏହା ଏସିଡିଟିକୁ ଦୂର କରିଥାଏ। ପାଚନ ପ୍ରକ୍ରିୟାକୁ ମଜବୁତ୍ କରିଥାଏ। ପାନ ପତ୍ର ଖାଇବା ଯୋଗୁ ଗ୍ୟାସ୍ ସମସ୍ୟା ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ ନାହିଁ।
୩, ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ପାନପତ୍ରକୁ ପେଷ୍ଟ କରି ମଥାରେ ଲାଗନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ।
୪, ଏହା ଆମର ୟୁରିନାରି ସମସ୍ୟାରେ ସୁଧାର ଆଣିଥାଏ। କିଡ୍ନୀ ଏବଂ ଗଲ୍ ବ୍ଲାଡର୍ ସହ ଜଡ଼ିତ ଥିବା ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ।
୫, ଥଣ୍ଡା ହେଲେ ଆମେ ଏହାକୁ ବ୍ୟବହାର କରି ଆରାମ ପାଇପାରିବା। ଥଣ୍ଡା ହେଲେ ଆପଣ ପାନ ପତ୍ର ରସକୁ ଗୋଟେ ଚାମଚ ପିଅନ୍ତୁ। ଏହିପରି ଦିନରେ ତିନି ଥର ପିଇଲେ ଥଣ୍ଡା ଭଲ ହୋଇଥାଏ।
୬, ପାଟିରେ ଯଦି ଘା’ ହେଉଛି, ତାହାଲେ ଆପଣ ପାନ ପତ୍ରକୁ ଚୋବାଇ ଖାଆନ୍ତୁ। ଏହା ଘା’ ଭଲ କରିଥାଏ।
୭, ପାନ ପତ୍ର ସବୁଦିନ ଚୋବାଇ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଆଉ ଏହା ବ୍ଲଡ୍ ପ୍ରେସର୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ।
୮, ପାନ ମୁହଁର ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏହା ସହ ଆପଣଙ୍କୁ ଯଦି ଭୋକ ନଲାଗିବାର ସମସ୍ୟା ରହିଛି ତାହାଲେ ପାନ ପତ୍ର ଖାଆନ୍ତୁ।
from Odisha Reporter https://ift.tt/2Y4S4DB
No comments:
Post a Comment