ହୁସିଆର: ରାଜଧାନୀରେ ବୁଲେଟ୍ ପଛରେ ପଡ଼ିଛି ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ହୁସିଆର: ରାଜଧାନୀରେ ବୁଲେଟ୍ ପଛରେ ପଡ଼ିଛି ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ ଚାଲକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ ପୁଲିସ। ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟକୁ ଗତକାଲି ଜବତ କରିଛି ପୁଲିସ।

ସେସବୁ ବୁଲେଟର ସାଇଲେନସରକୁ ପୁଲିସ କାଢି ଦେଇଛି। ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ  ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି ନକରିବାକୁ ତାଗିଦ କରାଯାଇଛି।  ବିକଟାଳ ସାଉଣ୍ଡ  ଓ ଫାଇରିଂ ସାଉଣ୍ଡକୁ ନେଇ ଦୁର୍ଘଟଣା ଘଟିବା ସହ  ଯାତାୟତରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଏହାକୁ ନେଇ ଅଭିଯୋଗ ହେବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଚଢାଉ କରାଯାଉଥିଲା। ଆଗକୁ ମଧ୍ୟ ଏହି ଚଢଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2GrDM6j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages