୨୪ ଡିଗ୍ରୀରୁ କମିବନି ଏସି ତାପମାତ୍ରା: ଶକ୍ତି ସଂରକ୍ଷଣ ଗାଇଡ୍‌ଲାଇନ୍‌କୁ ଫୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

୨୪ ଡିଗ୍ରୀରୁ କମିବନି ଏସି ତାପମାତ୍ରା: ଶକ୍ତି ସଂରକ୍ଷଣ ଗାଇଡ୍‌ଲାଇନ୍‌କୁ ଫୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ଡିଗ୍ରୀରୁ କମ୍‌ ରହିବନି ଏୟାର କଣ୍ଡିସନ୍‌ର (ଏସି)ର ତାପମାତ୍ରା। ବିଜୁଳି ଅପଚୟ ରୋକିବା ପାଇଁ କେନ୍ଦ୍ର ସରକାର ଏପରି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଯାହାକୁ ରାଜ୍ୟ ସରକାର ମଧ୍ୟ ପାଳନ କରିଛନ୍ତି। ସେଥିପାଇଁ ଗତମାସରୁ ସରକାରୀ କାର୍ଯ୍ୟାଳୟରେ ସଚେତନତା ମୂଳକ ପୋଷ୍ଟର ଲଗାଇବାକୁ କୁହାଯାଇଛି। ଶକ୍ତି ସଂରକ୍ଷଣ ସାଙ୍ଗକୁ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ହେଲେ ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଇଛି।

ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ (ଓପେପା) ମୁଖ୍ୟାଳୟରେ ବାବୁ କି ଅନ୍ୟ କେହି ନଥିବା ବେଳେ ଏସି ଚାଲିଥିବାର ଦେଖିବାକୁ ମିଳିଛି। ଏସିର ତାପମାତ୍ରା ୨୪ ଡିଗ୍ରୀ ସେଲ୍‌ସିୟସ୍‌ରୁ ମଧ୍ୟ କମ୍‌ ରହିଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ସରକାରୀ କାର୍ଯ୍ୟାଳୟରେ ଏସିକୁ ୨୪ରୁ ତଳକୁ ନକରିବାକୁ କାନ୍ଥରେ ପୋଷ୍ଟର ଲାଗିଛି। ଏପରିକି ଏସି ଉପରେ ସଚେତନଧର୍ମୀ ଷ୍ଟିକର ମଧ୍ୟ ଲାଗିଛି। ହେଲେ ଏଠି ଏସି କିନ୍ତୁ ଚାଲିଛି ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ।

ବିଜୁଳି ଅପବ୍ୟହାରକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଜାରି କରିଥିଲେ। ଗତ ଜୁନ ୧୧ ତାରିଖରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଗାଇଡ୍‌ଲାଇନ୍‌ ଆଣିଥିଲେ। ଏସି ତାପମାତ୍ରାକୁ ୨୪ ଡିଗ୍ରୀ ସେଲ୍‌ସିୟସ୍‌ରେ ସେଟ୍‌ କରିବା ଲାଗି ସବୁ ସରକାରୀ କାର୍ଯ୍ୟାଳୟରେ ପୋଷ୍ଟର ଲଗାଇବାକୁ କୁହାଯାଇଥିଲା। ତା’ସତ୍ତ୍ୱେ ମଧ୍ୟ ଏଭଳି ସ୍ଥିତି ଦୁର୍ଭାଗ୍ୟଜନକ।

କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ର ତର୍ଜମା ଅନୁଯାୟୀ, ଏସିରେ ଗୋଟିଏ ଡିଗ୍ରୀ ତାପମାତ୍ରା ବଢ଼ାଇଲେ ୬ ପ୍ରତିଶତ ବିଜୁଳି ଶକ୍ତି ସଂରକ୍ଷଣ ହୋଇପାରିବ। ତେବେ ଏକ୍ଷେତ୍ରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛି ସଚିବାଳୟ ସେବା ସଂଘ। ବିଦ୍ୟୁତ ବିଭାଗ ମୁଖ୍ୟଯନ୍ତ୍ରୀ ସନ୍ତୋଷ ଦାସ କହିଛନ୍ତି-“ଏସି ବ୍ୟବହାର କରନ୍ତୁ। କିନ୍ତୁ ତାପମାତ୍ରା ୨୪ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍‌ ରଖନ୍ତୁ ନାହିଁ। ଯାହାଫଳରେ ଶକ୍ତି ସଂରକ୍ଷଣ ହୋଇପାରିବ। ୨୦ ବା ୨୧ ଡିଗ୍ରୀରେ ଏସି ଚଲାଇଲେ ଅଧିକ ଶକ୍ତି ଖର୍ଚ୍ଚ ହେବ।”

କେବଳ ବିଜୁଳି ଅପଚୟ ନୁହେଁ, ଏସି ତାପମାତ୍ରାକୁ ଅଧିକ କମାଇଲେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଗଭୀର କୁପ୍ରଭାବ ପଡିବାର ଆଶଙ୍କା ରହିଛି। ଡାକ୍ତରଙ୍କ ମତରେ ମଣିଷ ଶରୀରର ଆଭ୍ୟନ୍ତରିଣ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ୍‌ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍‌। ତେଣୁ କମ୍ ତାପମାତ୍ରାରେ ଅଧିକ ସମୟ ରହିଲେ ଏହା ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ।

ପରିସଂଖ୍ୟନ ଅନୁଯାୟୀ, ଆମ ଦେଶରେ ଖର୍ଚ୍ଚ ହେଉଥିବା ବିଜୁଳିର ୩୦ରୁ ୪୦ ପ୍ରତିଶତ କେବଳ ଏସି ପାଇଁ ଖର୍ଚ୍ଚ ହୋଇଥାଏ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏସି ବ୍ୟବହାରକାରୀଙ୍କ ସଂଖ୍ୟା କିନ୍ତୁ ମାତ୍ର ୬ ପ୍ରତିଶତ ରହିଛି।



from Odisha Reporter https://ift.tt/2S87im4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages