ଆସୁଛି ଆଉ ଏକ ଲଘୁଚାପ, ଅଗଷ୍ଟ ପହିଲାରୁ ବଢ଼ିବ ବର୍ଷାର ପରିମାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ଆସୁଛି ଆଉ ଏକ ଲଘୁଚାପ, ଅଗଷ୍ଟ ପହିଲାରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୩୧ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ଭଲ ବର୍ଷା ହୋଇପାରେ। ଭଲ ବର୍ଷା ହେଉ ନଥିବା ଯୋଗୁ ଚାଷୀ ଚିନ୍ତାରେ ପଡ଼ି ଯାଇଥିବା ବେଳେ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି, ୩୧ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ଫଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଉଛି।

ସେ ଆହୁରି କହିଛନ୍ତ,“ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ସବୁଠୁ ଅଧିକ ୬୬.୫ ମିମି ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ନୂଆପଡ଼ା,କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା’ସହିତ ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ବରଗଡ଼, ସୋନପୁର, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।”

ସୂଚନାଯୋଗ୍ୟ, ଏଥର ରାଜ୍ୟରେ ମୋଟାମୋଟି ଭାବେ ଭଲ ବର୍ଷା ହୋଇ ନଥିବା ଯୋଗୁ ମରୁଡ଼ି ଆଶଙ୍କା ଦେଖାଦେଇଛି।

 



from Odisha Reporter https://ift.tt/2YuTuaM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages