ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଜି ଭୋରରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ଏରଡ଼ା ନିକଟରେ କୋଇଲା ଚୋରା ଚାଲାଣ କରୁଥିବା ବେଳେ ଏହି ପିକ୍‌ଅପ୍‌ ଭ୍ୟାନ୍‌କୁ ପୁଲିସ୍ ଧରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଗାଡ଼ିଟି କନଷ୍ଟେବଲ୍‌ ରଜତ ପାଣିଗ୍ରାହୀଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

ଆହତ ରଜତଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ତାକୁ ଧରିବାକୁ ଉଦ୍ୟମ ଜାରି ରଖିଛି।



from Odisha Reporter https://ift.tt/2JFz5HM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages