ବଟଲ୍‌ କ୍ୟାପ୍ ଚ୍ୟାଲେଞ୍ଜ୍‌, ଟିମ୍ ଇଣ୍ଡିଆର ଗବ୍ବର ପାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 18, 2019

ବଟଲ୍‌ କ୍ୟାପ୍ ଚ୍ୟାଲେଞ୍ଜ୍‌, ଟିମ୍ ଇଣ୍ଡିଆର ଗବ୍ବର ପାସ୍

ନୂଆଦିଲ୍ଲୀ: ଆହତ କାରଣରୁ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ରିକେଟ୍‌ର ସବୁ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିବା ଟିମ୍ ଇଣ୍ଡିଆର ଗବ୍ବର ଓରଫ୍ ଶିଖର ଧାଓ୍ୱନ୍ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜରେ ନିଜର ଫିଟନେସ୍‌ ପରୀକ୍ଷା ଦେଇଛନ୍ତି। ସେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଉ ଏଥିରେ ସେ ପାସ୍ ହୋଇଯାଇଛନ୍ତି।

ଏହି ଭିଡିଓରେ ସେ ଅଭ୍ୟାସ୍ କରୁଥିବା ବେଳେ ଏକ ଶଟ୍‌ସ ମାରିଛନ୍ତି। ତାଙ୍କ ବ୍ୟାଟ୍‌ରୁ ପ୍ରହାର ଖାଇବା ପରେ ବଲ୍‌ଟି ବଟଲ୍‌ର କ୍ୟାପ୍‌ରେ ବାଜିଛି ଓ ତାହା ତଳେ ପଡ଼ି ଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ତାଙ୍କୁ ଏହି ଚ୍ୟାଲେଞ୍ଜ୍‌ ଦେଇଥିଲେ।

ଯୁବରାଜ ନିଜେ ଚ୍ୟାଲେଞ୍ଜକୁ ପୂରା କରିବା ପରେ ଶିଖର ଧାଓ୍ୱନ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ କ୍ରିସ ଗେଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ବଟଲ କ୍ୟାପ୍ ଚ୍ୟାଲଞ୍ଜ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ସେଲେବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇ ଭିଡିଓ ପୋଷ୍ଟ୍ କରୁଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ ଓପନର ଶିଖର ଧାଓ୍ୱନ। ତାଙ୍କ ବାମ ହାତର ଆଙ୍ଗୁଳିରେ ଆଘାତ ଲାଗିଥିଲା। ଏହା ପରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ତେବେ ଏଯାଏ ଆହତ ସମସ୍ୟାରୁ ଧାଓ୍ୱନ ମୁକୁଳି ନଥିବା ସୂଚନା ରହିଛି। କାରଣ ସେ ନିଜ ତରଫରୁ ଫିଟନେସ୍‌ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି।

 



from Odisha Reporter https://ift.tt/2O3M1vz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages