ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲ୍ମାନ୍ ଖାନ୍ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରହନ୍ତି, ଫିଟ୍ନେସ୍ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହନ୍ତି। ସେ ଅନେକ ଷ୍ଟାର୍ଙ୍କୁ ବି ଫିଟ୍ନେସ୍ ଟ୍ରେନିଂ ଦେଇଛନ୍ତି। ୫୩ ବର୍ଷରେ ପାଦ ଥାପି ସାରି ଥିଲେ ବି ଫିଟ୍ନେସ୍କୁ ନେଇ ସେ ପୂରା ସିରିୟସ୍। ଏଥିରେ ଟିକେ ହେଲେ ହେଳା କରନ୍ତି ନାହିଁ। ବିଭିନ୍ନ ସମୟରେ ସୋଶାଲ୍ ମିଡିଆରେ ତାଙ୍କ ୱାର୍କଆଉଟ୍ର ଭିଡିଓ ଭାଇରାଲ୍ ହୁଏ। ଏଥିରୁ ଜଣାପଡ଼େ, ଭାଇଜାନ୍ ତାଙ୍କ ଫିଟ୍ନେସ୍କୁ ନେଇ କେତେ ସଚେତନ।
ତେବେ ଆପଣ ଜାଣିଛନ୍ତି, ଏମିତି ଏକ ସମୟ ଥିଲା, ଯେତେବେଳେ ଓଜନ ବଢ଼ାଇବା ପାଇଁ ସଲ୍ମାନ୍ ଦିନକୁ ୩୦ ପଟ ରୁଟି ଖାଉଥିଲେ। ତାହା ପୁଣି ଶୁଟିଂ ସେଟ୍ରେ। ‘ମୈନେ ପ୍ୟାର୍ କିୟା’ ହେଉଛି ତାଙ୍କର ପ୍ରଥମ ଫିଲ୍ମ, ଯେଉଁଥିରେ ସେ ଲିଡ୍ ରୋଲ୍ରେ ଆସିଥିଲେ। ଏହି ଫିଲ୍ମର ଶୁଟିଂ ସେଟ୍ରେ ସେ ୩୦ ପଟ ରୁଟି ଖାଇବା ସହ ବହୁତ କଦଳୀ ମଧ୍ୟ ଖାଉଥିଲେ। କାରଣ ସେ ସେତେବେଳେ ଖୁବ୍ ପତଳା ଥିଲେ।
ଥରେ ଏକ ସାକ୍ଷାତକାରରେ ସଲ୍ମାନ୍ କହିଥିଲେ,“ବଲିଉଡ୍ରେ ଡେବ୍ୟୁ କରିବା ବେଳେ ମୁଁ ବହୁତ ପତଳା ଥିଲି। ତେଣୁ ମୋତେ ଓଜନ ବଢ଼ାଇବା ପାଇଁ ପଡ଼ିଥିଲା।”
ଏବେ କିନ୍ତୁ ତାଙ୍କ ଜୀବନଶୈଳୀ ପୂରା ବଦଳି ଯାଇଛି। ଏବେ ଆଉ ସେ ୩୦ ପଟ ରୁଟି ଖାଉ ନାହାନ୍ତି। ରୁଟି ଖାଇବେ କ’ଣ ବାସ୍ନା ବାଜିଲେ ବି ତାଙ୍କର କୁଆଡ଼େ ଓଜନ ବଢ଼ି ଯାଉଛି। ସେ ନିଜେ ଏ କଥା କହିଛନ୍ତି। ସଲ୍ମାନ୍ କହିଛନ୍ତି, ଆଗରୁ ଯାହା ଖାଇଲେ ବି ଓଜନ ବଢୁ ନଥିଲା। ଏବେ ଯାହା ଖାଇଲେ ଓଜନ ବଢ଼ି ଯାଉଛି।
‘ସୁଲ୍ତାନ୍’ ଓ ‘ଭାରତ୍’ ଫିଲ୍ମ ସୁଟିଂ ବେଳେ ସେ ତାଙ୍କ ଓଜନ ବଢ଼ାଇଥିଲେ ଓ ହ୍ରାସ କରିଥିଲେ। କାରଣ ଚରିତ୍ର ଅନୁଯାୟୀ, ସେ ଏଭଳି କରିଥିଲେ।
from Odisha Reporter https://ift.tt/2L7PeI0
No comments:
Post a Comment