‘ସଂଧ୍ୟା ସୁଦ୍ଧା ବହୁମତ ପ୍ରମାଣ ଦିଅ’: କର୍ଣ୍ଣାଟକାରେ ନୂଆ ମେଣ୍ଟ ସରକାରକୁ ଡେଡ୍ ଲାଇନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 22, 2019

‘ସଂଧ୍ୟା ସୁଦ୍ଧା ବହୁମତ ପ୍ରମାଣ ଦିଅ’: କର୍ଣ୍ଣାଟକାରେ ନୂଆ ମେଣ୍ଟ ସରକାରକୁ ଡେଡ୍ ଲାଇନ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ଗୃହରେ ବହୁମତର ପ୍ରମାଣ ଦେବାକୁ ନୂଆ ମେଣ୍ଟ ସରକାରକୁ ନୂଆ ଡେଡ୍ ଲାଇନ ଦେଇଛନ୍ତି ବାଚସ୍ପତି।

ଗତକାଲି ରାତି ଯାଏ ଗୃହରେ ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଶେଷରେ ବାଚସ୍ପତି ଆଜି ସଂଧ୍ୟା ସୁଦ୍ଧା ଆସ୍ଥା ଭୋଟ ପାଇଁ ଡେଡଲାଇନ୍ ନିର୍ଦ୍ଧାରଣ କରିଛନ୍ତି। ଅନ୍ୟପଟେ ଆଜି ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କୁ ହାଜର ହେବା ପାଇଁ ସମନ୍ କରିଛନ୍ତି। ଯଦି, ଏମାନେ ଆଜି ସୁଦ୍ଧା ହାଜର ନହୁଅନ୍ତି ତେବେ କର୍ଣ୍ଣାଟକ ରାଜନୀତିର ଆଗାମୀ ଭବିଷ୍ୟତ କଣ ହେବ ତାକୁ ନେଇ ସସପେନ୍ସ ଜାରି ରହିବ।

ଗତ ଦୁଇ ସପ୍ତାହରୁ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। କଂଗ୍ରେସରୁ ୧୦, ଜେଡିଏସର ୪ ଏବଂ ଦୁଇ ସ୍ୱାଧୀନ ବିଧାୟକ ଇସ୍ତଫା ଦେବା ପରେ ସଂଖ୍ୟା ଗରିଷ୍ଠତା ହରାଇଛି କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର।



from Odisha Reporter https://ift.tt/2M34qWq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages