ଆଣବିକ ଓ ମିସାଇଲ୍‌ ଅସ୍ତ୍ରାଗାର ବୃଦ୍ଧି କରୁଛି ପାକିସ୍ତାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଆଣବିକ ଓ ମିସାଇଲ୍‌ ଅସ୍ତ୍ରାଗାର ବୃଦ୍ଧି କରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମୁହର ବାରଣ ଓ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏବେ ଯୁଦ୍ଧାସ୍ତ୍ର ବୃଦ୍ଧି କରିବାରେ ଲାଗିଛି। ବିଶେଷ କରି ଆଣବିକ ଓ ମିସାଇଲ୍‌ ଅସ୍ତ୍ରାଗାର ଗୁଡ଼ିକ ପାକିସ୍ତାନ ସରକାର ଦ୍ରୁତ ଗତିରେ ନିର୍ମାଣ କରୁଛନ୍ତି।

ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ବ୍ୟବହାର କରୁଥିବା ପାକିସ୍ତାନ ଏବେ ନୂଆ ଶୈଳୀରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ଏଭଳି ସାଂଘାତିକ ତଥ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ତା’ର ବାର୍ଷିକ ରିପୋର୍ଟରେ କହିଛି ଯେ “ଅଗଷ୍ଟ ମାସରେ ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନର ଶାସନ ଭାର ସମ୍ଭାଳିଥିଲେ। ଏହାପରେ ଦେଶର ଆର୍ମି ସବୁ କାମରେ ହସ୍ତକ୍ଷେପ କରିବା ଆରମ୍ଭ କରିଛି।

ପାକିସ୍ତାନ ସରକାର ଏବେ ଦ୍ରୁତ ଗତିରେ ଆଣବିକ ଓ ମିସାଇଲ୍ ଅସ୍ତ୍ରଶସ୍ତ୍ର ଏବଂ ଏହାର ଭଣ୍ଡାର ଗୁଡ଼ିକ ବୃଦ୍ଧି କରିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ପାକିସ୍ତାନ ପାଖରେ ବର୍ତ୍ତମାନ ୧୪୦ରୁ ୧୫୦ଟି ଆଣବିକ ଯୁଦ୍ଧାସ୍ତ୍ର ରହିଛି। କିନ୍ତୁ ଭାରତ ପାଖରେ ୧୩୦ରୁ ୧୪୦ଟି ଆଣବିକ ଯୁଦ୍ଧାସ୍ତ୍ର ରହିଛି।

ଏପରି ଜାରି ରହିଲେ ୨୦୨୫ ସୁଦ୍ଧା ପାକିସ୍ତାନ ପାଖରେ ୨୨୦-୨୨୫ଟି ଆଣବିକ ଯୁଦ୍ଧାସ୍ତ୍ର ହୋଇଯିବ। ପାକିସ୍ତାନର ଦୁଇ ବନ୍ଧୁ ରାଷ୍ଟ୍ର ଚାଇନା ଓ ଉତ୍ତର କୋରିଆ ସହାୟତାରେ ଏଭଳି ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବାରେ ଲାଗିଛି।”



from Odisha Reporter https://ift.tt/2NVgkEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages