ଅମ୍‌ଲେଟ୍‌ ବର୍ଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 23, 2019

ଅମ୍‌ଲେଟ୍‌ ବର୍ଗର

ଆବଶ୍ୟକ ସାମଗ୍ରୀ- ବର୍ଗର ବନ୍‌, ଅଣ୍ଡା, କ୍ଷୀର, ପିଆଜ, ଲହୁଣୀ, ମେୟୋନେଜ୍‌, ତେଲ, ଟମାଟୋ, କାକୁଡ଼ି, ବନ୍ଧା କୋବି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗୋଟିଏ ବଡ଼ ପିଆଜକୁ ଗୋଲ ଗୋଲ କରି କାଟନ୍ତୁ। ଆଉ ଗୋଟିଏ ପିଆଜକୁ ଛୋଟ ଛୋଟ କରି କାଟନ୍ତୁ। ଟମାଟୋ ଓ କାକୁଡ଼ିକୁ ମଧ୍ୟ ଗୋଲ୍‌ ଗୋଲ୍‌ କରି କାଟନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟନ୍ତୁ ଓ ଏଥିରେ ଛୋଟ ଛୋଟ କରି କଟା ଯାଇଥିବା ପିଆଜ ସହିତ କ୍ଷୀର ଓ ସ୍ୱାଦାନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଫେଣ୍ଟା ଯାଇଥିବା ଅଣ୍ଡା ଢାଳି ଆମ୍‌ଲେଟ୍‌ ତିଆରି କରନ୍ତୁ। ଆମ୍‌ଲେଟ୍‌ର ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ ବ୍ରାଉନ୍‌ ଓ କ୍ରିସ୍‌ପି ହେବା ଯାଏ ଫ୍ରାଏ କରନ୍ତୁ। ଏବେ ଆମ୍‌ଲେଟ୍‌କୁ ପ୍ଲେଟ୍‌କୁ ବାହାର କରି ଉକ୍ତ ପ୍ୟାନ୍‌ରେ ଅଳ୍ପ ବଟର ପକାନ୍ତୁ। ବଟର ତରଳି ଗଲାପରେ ଏଥିରେ ବର୍ଗର ବନ୍‌ର ଉଭୟ ପାର୍ଶ୍ୱରୁ ବ୍ରାଉନ୍‌ ହେବା ଯାଏ ସେକନ୍ତୁ ଓ ପ୍ଲେଟ୍‌କୁ ବାହାର କରନ୍ତୁ।

ଏବେ ବର୍ଗରର ଗୋଟିଏ ପାର୍ଶ୍ୱରେ ମେୟୋନେଜ୍‌ ଲଗାନ୍ତୁ ଓ ବନ୍ଧା କୋବି ପତ୍ରକୁ ବେସ୍‌ ଭାବେ ବ୍ୟବହାର କରନ୍ତୁ। ଏହା ଉପରେ ଗୋଲ୍ ଗୋଲ୍ କଟା ହୋଇଥିବା ଟମାଟୋ, ପିଆଜ ଓ କାକୁଡ଼ି ରଖନ୍ତୁ। ତା’ପରେ ଆମଲେଟ୍‌ ରଖନ୍ତୁ। ଏବେ ବାକି ଅଧା ବନ୍‌ରେ ବର୍ଗରକୁ କଭର କରନ୍ତୁ ଓ ଟମାଟୋ କ୍ୟାଚ୍‌ଅପ୍‌ ସହିତ ପରଷନ୍ତୁ।



from Odisha Reporter https://ift.tt/2M7jT7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages