ଜ୍ୱାଇଁଙ୍କୁ ଛୁରାମାଡ଼ କରି ଶ୍ୱଶୁର ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 18, 2019

ଜ୍ୱାଇଁଙ୍କୁ ଛୁରାମାଡ଼ କରି ଶ୍ୱଶୁର ଛୁ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକଁୟା ଛକରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ପୁଣି ଆଉ କେହି ନୁହେଁ, ତାଙ୍କ ଶ୍ୱଶୁର ଏହି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ଆହତ ଯୁବକଙ୍କ ନାଁ ସଞ୍ଜୟ ଗୌଡ଼। ତାଙ୍କ ଘର ଦିଗପହଣ୍ଡି ଥାନା କଲ୍ୟାଣପୁର ଗାଁରେ। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସଞ୍ଜୟ ପୁଞ୍ଜିକଁୟା ଛକରେ ସଞ୍ଜୟ ଠିଆ ହୋଇଥିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ଉମାକାନ୍ତ ଗୌଡ଼ ସେଠାରେ ପହଞ୍ଚିଥିଲେ ଓ ଅତର୍କିତ ଭାବେ ସଞ୍ଜୟଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ଆଖପାଖରେ ଥିବା ଲୋକେ ଦୌଡ଼ି ଆସିଥିଲେ। ଲୋକମାନଙ୍କୁ ଦେଖି ଉମାକାନ୍ତ ସେଠାରୁ ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ପେଟ ଓ ମୁଣ୍ଡରେ ଆଘାତ ଲାଗିଛି।

ସୂଚନାଯୋଗ୍ୟ, ଉମାକାନ୍ତଙ୍କ ଘର କଲ୍ୟାଣପୁର ଗାଁରେ। ଗତ ଜୁନ୍‌ ୩୦ତାରିଖରେ ସଞ୍ଜୟ ତାଙ୍କ ଝିଅ ଜୟନ୍ତୀ ଗୌଡ଼ଙ୍କୁ ପ୍ରେମ ବିବାହ କରିଥିଲେ। ମନ୍ଦିରରେ ଉଭୟ ପରିବାରର ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହର କିଛି ଦିନ ପରେ ସଞ୍ଜୟ ପତ୍ନୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଏକ ଭଡ଼ା ଘରେ ରହୁଥିଲେ।  ପ୍ରେମ ବିବାହ କାରଣରୁ ତାଙ୍କ ଶ୍ୱଶୁର ଉମାକାନ୍ତ ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡ଼ିଛି। ତେବେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2SqHRvX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages