ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଏକ ସବାରୀ ଗାଡ଼ିକୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଟ୍ରକ୍ ଚାଳକ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ରଣଜିତ୍ କୁମାର ଓ ଶିବ ସାହୁ। ସେମାନେ ବାଙ୍ଗିରିପୋଷି ଅଞ୍ଚଳର।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଅଞ୍ଚଳର କିଛି ଯୁବକ ସବାରୀ ଗାଡ଼ିରେ କୋରାପୁଟର ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲେ। ସେମାନେ ବୋଲ୍ବମ୍ରେ ସେଠାକୁ ଯାଉଥିଲେ। ତେବେ ଦୁଆରଶୁଣି ଘାଟିରେ ଏକ ଟ୍ରକ୍ଟି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ସେମାନଙ୍କ ଗାଡ଼ି ଘାଟି ତଳକୁ ଓଲଟି ପଡ଼ିଥିଲା। ସେମାନଙ୍କ ଗାଡ଼ି ସହିତ ଟ୍ରକ୍ଟି ମଧ୍ୟ ଘାଟି ତଳକୁ ଖସି ଯାଇଥିଲା। ଘଟଣାସ୍ଥଳରେ ହିଁ ରଣଜିତ୍ ଓ ଶିବଙ୍କର ମୃତ୍ ଘଟିଥିଲା।
ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ଟ୍ରକ୍ଟି କୋଲକାତା ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2JY6mhL
No comments:
Post a Comment