ଘରେ କାଠ ବଂଶୀ ରଖିଲେ ଦୂର ହେବ ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 17, 2019

ଘରେ କାଠ ବଂଶୀ ରଖିଲେ ଦୂର ହେବ ବାସ୍ତୁ ଦୋଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଗବାନ କୃଷ୍ଣଙ୍କର ପ୍ରିୟ ହେଉଛି ବଂଶୀ। ଆମେ ଯହାକୁ ବଇଁଶୀ ବୋଲି କହିଥାଉ। ଶାସ୍ତ୍ର ଅନୁସାରେ ଏହା ଅତି ପବିତ୍ର। ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବଂଶୀ  ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ବିଭିନ୍ନ ରଙ୍ଗର ବଂଶୀ ଅଲଗା ଅଲଗା ପ୍ରଭାବ ପକାଇଥାନ୍ତି।

ବଂଶୀକୁ ଉନ୍ନତି ଓ ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ବିବାହ ହେଉ ବା ଅନ୍ୟ ଶୁଭ କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ବଂଶୀର ବ୍ୟବହାର କରିବା ଦ୍ଵାରା ଏହା ଆମକୁ ଅନେକ ବାସ୍ତୁଦୋଷରୁ ରକ୍ଷା କରିଥାଏ। ତେବେ ଆସନ୍ତୁ ଜାଣିବା ବଁଇଶୀ ଆମ ଜୀବନ ଉପରେ କିପରି ପ୍ରଭାବ ପକାଇଥାଏ।

୧. ବାସ୍ତୁ ଅନୁସାରେ ଘର ମଧ୍ୟରେ ବଂଶୀ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ଵାରା ଘର ମଧ୍ୟରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଆପଣଙ୍କ ଉନ୍ନତି ଓ ପ୍ରଗତିରେ ମଧ୍ୟ ସହାୟକ ହୋଇଥାଏ।
୨. ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗି ଦିଅନ୍ତୁ।
୩. ବ୍ୟବସାୟରେ ବୃଦ୍ଧି ଓ ଧନଲାଭ ପାଇଁ ଦୋକାନ ବା ଅଫିସ କାର୍ଯ୍ୟାଳୟରେ ଏକ ବଇଁଶି ରଖନ୍ତୁ। ଟଙ୍କା ରଖୁଥିବା ବାକ୍ସରେ ମଧ୍ୟ ଏହାକୁ ରଖିପାରିବେ।
୪. ଘରର ଠାକୁର ପୂଜା ହେଉଥିବା ସ୍ଥାନରେ ବଂଶୀ ସହିତ ମୟୂର ପଙ୍ଖ ଲଗାଇ ରଖିଲେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ।
୫. ବାସ୍ତୁ ଅନୁସାରେ ନିଜ ମନ ପସନ୍ଦର ଜୀବନସାଥୀ ସହିତ ବିବାହ କରିବା ପାଇଁ ଚାହୁଁଥିଲେ ଶୋଇବା ସମୟରେ ତକିଆ ତଳେ ଲାଲ ରଙ୍ଗର ବଂଶୀ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ନିଜ ମନପସନ୍ଦର ଜୀବନସାଥୀ ମିଳିଥାଏ।
୬. ପିଲାମାନଙ୍କର ପାଠ ପଢ଼ାରେ ମନ ଲଗାଇ ରଖିବା ପାଇଁ ତାଙ୍କ କକ୍ଷରେ ଧଳା ରଙ୍ଗର ବଇଁଶି ରଖନ୍ତୁ। ଏପରି କରିବା ଦ୍ଵାରା ପିଲାମାନଙ୍କର ପାଠ ପଢାରେ ମନ ଲାଗିଥାଏ।
୭. ଯଦି ଘରର କୌଣସି ବ୍ୟକ୍ତି ଅଧିକ ସମୟ ଧରି ରୋଗରେ ଆକ୍ରାନ୍ତ ଅଛନ୍ତି, ତେବେ ରୋଷେଇ ଘରେ ସୁନେଲି ରଙ୍ଗର ବଂଶୀ ରଖନ୍ତୁ। ଏହା ଶୁଭଫଳ ଦେଇଥାଏ।



from Odisha Reporter https://ift.tt/2YWi8Ow

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages