ବିଜେପି ନେତାଙ୍କ ଜ୍ୱାଇଁ ନିଖୋଜ; ଆତ୍ମହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ବିଜେପି ନେତାଙ୍କ ଜ୍ୱାଇଁ ନିଖୋଜ; ଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍‌ଏମ୍‌ କୃଷ୍ଣୋଙ୍କ ଜ୍ୱାଇଁ ବିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା  ପ୍ରାୟ ୬ଟା ୩୦ମିନିଟ୍‌ ସମୟରେ କେଫ୍‌ କଫି ଡେ’ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ ଯାଉଥିଲେ। ମଝି ରାସ୍ତାରେ ସେ ଗାଡ଼ିରୁ ଓହ୍ଲାଇ ସେଠାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ନିଖୋଜ ହେବା ପୂର୍ବରୁସିଦ୍ଧାର୍ଥ  ନିଜର ଚିଫ୍ ଫାଇନାନସିଆଲ  ଅଫିସର(ସିଏଫ୍‌ଓ)ଙ୍କ ସହ କଥା ହୋଇଥିଲେ।  ଉକ୍ତ ସମୟରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା।

ମାଙ୍ଗାଲୁରୁ ପୁଲିସ୍ କମିଶନର ସନ୍ଦୀପ ପାଟିଲ କହିଛନ୍ତି,“ ସିଦ୍ଧାର୍ଥ ସକଲେଶପୁର ଯାଉଛନ୍ତି ବୋଲି କହି ବେଙ୍ଗାଲୁରୁରୁ ବାହାରିଥିଲେ। ହେଲେ ନିଜର ଡ୍ରାଇଭରକୁ ମାଙ୍ଗାଲୁର ଯିବା ପାଇଁ କହିଥିଲେ। ନେତ୍ରବତୀ ନଦୀର ପୋଲ ଉପରେ ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେଠାରୁ ନିଜ ଡ୍ରାଇଭରଙ୍କ ଯିବା ପାଇଁ କହିଥିଲେ।

ସିଦ୍ଧାର୍ଥ  କେଫ୍‌ କଫି ଡେ’ ପାଇଁ  ସାତ ହଜାର କୋଟି  ଟଙ୍କା ଋଣ କରିଥିଲେ। ଋଣ  ଟଙ୍କା ସୁଝି ନ ପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି  ପୁଲିସ୍ ସନ୍ଦେହ କରୁଛି।  ପୁଲିସ୍ ସିଦ୍ଧାର୍ଥଙ୍କୁ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ଏପରି ସ୍ଥିତିରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ତାଙ୍କ ଘରେ ପହଞ୍ଚି ସାନ୍ତ୍ୱନା ଜଣାଇଛନ୍ତି।

 

 



from Odisha Reporter https://ift.tt/2yoI1eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages