ପୁରୀ(ମଧୁସୂଦନ ମିଶ୍ର): ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ତେବେ ନୀତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି।
ଗତକାଲି ମହାପ୍ରଭୁଙ୍କୁ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ବସ୍ତ୍ର ଭୂଷଣ ଓ ପୁଷ୍ପ ଭୂଷଣ ପରେ ଶ୍ରୀଅଙ୍ଗରେ ମହଣ ମହଣ ସୁନା ଲାଗିଥିଲା। ପ୍ରତିବର୍ଷ ଶ୍ରୀମନ୍ଦିର ରତ୍ନ ବେଦୀରେ ଚତୁର୍ଦ୍ଧା ମୂରତିଙ୍କ ୪ ଥର ସୁନାବେଶ ହେଉଥିବା ବେଳେ କେବଳ ଗୋଟିଏ ଥର ରଥ ଉପରେ ଦର୍ଶନ ଦିଅନ୍ତି ଏହି ଅନନ୍ୟ ବେଶରେ। ତେଣୁ ସାମାନ୍ୟ ବର୍ଷା ସତ୍ତ୍ୱେ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନଥିଲେ ଭକ୍ତ।
from Odisha Reporter https://ift.tt/2SbJL3C
No comments:
Post a Comment