ଆସିକା (ମନୋଜ ମୁନି): ସ୍କୁଲ୍ରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏ ଅଘଟଣ ଘଟିଛି।
ଆହତ ଛାତ୍ରଦ୍ୱୟ ହେଲେ ରାଜା ନାୟକ ଓ ଚନ୍ଦନ ସ୍ୱାଇଁ। ସେମାନଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରାଜା ଓ ଚନ୍ଦନ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର।
ମିଳିଥିବା ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ଥିଲା। ସ୍କୁଲ୍ ପରିସରରେ ଜଣେ ଛାତ୍ର ତାବିଜ୍ ଭଳି ଏକ ଜିନିଷ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ତାବିଜକୁ ତଳୁ ଉଠାଇ ଦେଖିବା ପରେ ଫୋପାଡ଼ି ଦେଇଥିଲେ। ସେ ଏହାକୁ ଫୋପାଡ଼ି ଦେବା ପରେ ହିଁ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଏଥିରେ ରାଜା ଓ ଚନ୍ଦନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2JORP6C
No comments:
Post a Comment