ପ୍ରହଲ୍ଲାଦଙ୍କୁ ଚିଠି ଲେଖିଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ପ୍ରହଲ୍ଲାଦଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ସରକାରଙ୍କ ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ନ ପାଇବା ଆଶ୍ଚଯର୍ୟ ଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର ଏବଂ ଉଭୟ ପ୍ରାକୃତିକ ଓ କୁତ୍ରିମ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି।

ସେଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତର କନିକା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ବୁଦ୍ଧିଷ୍ଟ ହୀରକ ତ୍ରିଭୂଜ  ଏହି ୫ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅତିକମ୍‌ରେ ୨ଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍ ମାନ୍ୟତା ଦେବାକୁ ଚିଠିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୧୭ଟି ପର୍ଯ୍ୟଟନ ସ୍ଥଳୀର ତାଲିକାରେ ଅଛି ତାଜ୍‌ମହଲ, ଫତେଫୁରସିକ୍ରି, ଅଜନ୍ତା-ଏଲୋରା ଓ ହୁମାୟୁନ ଟମ୍ବ ପରି ପର୍ଯ୍ୟଟନ ସ୍ଥଳୀ। ଏସବୁର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରିବେ, ଯେଉଁଥିରେ ଫୋକସରେ ରହିବ ଯୋଗାଯୋଗ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ। ତେବେ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳୀ ସ୍ଥାନ ନପାଇବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର।



from Odisha Reporter https://ift.tt/30ppqe7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages