ଫ୍ରାଏଡ୍‌ ରାଇସ୍‌ ବା ନାନ୍ ସହ ଭଲ ଲାଗେ ‘ଭେଜ୍‌ କୋହ୍ଲାପୁରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ଫ୍ରାଏଡ୍‌ ରାଇସ୍‌ ବା ନାନ୍ ସହ ଭଲ ଲାଗେ ‘ଭେଜ୍‌ କୋହ୍ଲାପୁରୀ’

ଆବଶ୍ୟକ ସାମଗ୍ରୀ

କଶ୍ମୀରୀ ଲଙ୍କା, ଗାଜର, କ୍ୟାପ୍‌ସିକମ୍‌, ଟମାଟୋ, ଗ୍ରୀନ୍‌ ମଟର, ଫୁଲ କୋବି, ବିନ୍‌, ପିଆଜ, କାଜୁ, ଜାଇତ୍ରୀ, ଜାଇ ଫୁଲ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା, ରସୁଣ, ଗୋଲ ମରିଚ, ତେଜପତ୍ର, ଡାଲ୍‌ଚିନି, କଞ୍ଚା ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୁଜୁରାତି, ଲୁଣ, ଗୋଲ ମରିଚ ଗୁଣ୍ଡ, ତେଲ, ପାଣି ଓ ବଟର୍‌।

ପ୍ରସ୍ତୁତି ପ୍ରଣାଳୀ

ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ କଟା ହୋଇଥିବା ଫୁଲ କୋବି, ଗାଜର, ବିନ୍‌ ଓ ଗ୍ରୀନ୍‌ ମଟରକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏହା ପରେ ସେହି ତେଲରେ ଜିରା ପକାନ୍ତୁ। ଜିରା ଫୁଟି ଆସିଲେ ସେଥିରେ ଶୁଖିଲା ଲଙ୍କା, ତେଜ ପତ୍ର, ଗୋଲ ମରିଚ, ଗୁଜୁରାତି, ଡାଲ୍‌ଚିନି, ଜାଇତ୍ରୀ, ଜାଇ ଫୁଲ, ଛୋଟ କଟା ହୋଇଥିବା ଅଦା, କଞ୍ଚା ଲଙ୍କା, କାଜୁ ଏବଂ ରସୁଣ ପକାଇ ଭଲରେ ଭାଜି ଦିଅନ୍ତୁ। ଏସବୁ ଭଲ ଭାବେ ଭାଜି ହୋଇଗଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏହାପରେ ପୂର୍ବରୁ ଭିଜା ହୋଇଥିବା କଶ୍ମୀରୀ ଲଙ୍କା, ଭଜା ହୋଇଥିବା ମସଲା ଓ କଟା ଟମାଟୋକୁ ଏକାଠି ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ପକାଇ କଟା ପିଆଜ ଓ କ୍ୟାପ୍‌ସିକମ୍‌କୁ ଭାଜି ଦିଅନ୍ତୁ।

ପିଆଜ ଓ କ୍ୟାପ୍‌ସିକମ୍‌ ଭାଜି ହେଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଏବଂ ପୂର୍ବରୁ ଗ୍ରାଇଣ୍ଡ ହୋଇଥିବା ମସଲାକୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହା ପରେ ଏଥିରେ ଅଳ୍ପ ପାଣି ଦିଅନ୍ତୁ, ଯେମିତି ଝୋଳ ବହଳିଆ ରହିବ। ଏବେ ଏହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ମସଲା ଫୁଟିଗଲେ ସେଥିରେ ପୂର୍ବରୁ ଭଜା ହୋଇଥିବା ପରିବାକୁ ପକାଇ ଗୋଳାଇ ଦିଅନ୍ତୁ। ଆପଣ ଝୋଳ କେତେ ରଖିବେ, ତାକୁ ଦୃଷ୍ଟିରେ ରଖି ପରିବା ପକାଇବା ପରେ ବି ପାଣି ଦେଇ ପାରିବେ।  ଯଦି ପୁଣି ପାଣି ଦେବେ, ତା’ହେଲେ ସେହି ଅନୁସାରେ ଲୁଣ ବି ପକାଇବାକୁ ପଡ଼ିବ। କିଛି ସମୟ ଫୁଟିବା ପରେ ଏଥିରେ ବଟର ପକାଇ ଦଅନ୍ତୁ। ବଟର୍‌ ମିଳାଇଗଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଭେଜ୍‌ କୋହ୍ଲାପୁରୀ। ଏହାକୁ ଆପଣ ଫାଏଡ୍‌ ରାଇସ୍‌ ବା ନାନ୍ ସହିତ ଖାଇପାରିବେ। ଏପରିକି ରୁଟି ସହିତ ବି ଏହାକୁ ଖାଇ ପାରିବେ।

ଅନ୍ୟାନ୍ୟ ପରିବା ବି ପକାଇ ପାରିବେ

ଏଥିରେ ଆପଣ ପସନ୍ଦ ଅନୁସାରେ ଆଉ କିଛି ପରିବା ଅବା ପନିର ବି ବ୍ୟବହାର କରିପାରିବେ। ତେବେ ସେଗୁଡ଼ିକୁ ବି ଆପଣକୁ ତେଲରେ ଛାଣିବାକୁ ହେବ।

 



from Odisha Reporter https://ift.tt/32JimuT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages