ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଣସ ଏପରି ଏକ ଫଳ ଯାହା କଞ୍ଚା ଏବଂ ପାଚିଲା ଖିଆଯାଏ। ଏହା ସମସ୍ତଙ୍କୁ ପସନ୍ଦ ଆସିବା ସହ ଏହାର ବାସ୍ନା ମଧ୍ୟ ଖୁବ୍ ଭଲ ହୋଇଥାଏ। ଏଥିରେ କ୍ୟାଲୋରୀ, ଫାଇବର୍, ପ୍ରୋଟିନ୍, ଭିଟାମନ୍-ଏ, ଭିଟାମିନ୍-ସି ଏବଂ ମ୍ୟାଗ୍ନେସିୟମ୍ ଭଳି ତତ୍ତ୍ୱ ରହିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଆପଣ ଜାଣିଛନ୍ତି କି, ଏହା ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଆମକୁ କେଉଁ ସବୁ ଲାଭ ମିଳିଥାଏ।
୧, ଏଥିରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
୨, ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ମୁହଁରେ ବୟସର ଛାପ ଶୀଘ୍ର ଦେଖାଯିବନି।
୩, ଏହାକୁ ଖାଇଲେ ଶରୀରରେ ଆଇରନ୍ କମ୍ ହୁଏନାହିଁ।
୪, ଏହା ଶରୀରରେ ଲାଲ୍ ରକ୍ତ କୋଷିକା ସଂଖ୍ୟା ବଢ଼ାଇଥାଏ।
୫, ଏହା ରକ୍ତରେ ସର୍କରା ସ୍ତର ବଢ଼ାଇଥାଏ। ଏହା ଶରୀରରେ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ।
୬, ଏହା ଆପଣଙ୍କୁ କବଜ୍ ଭଳି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ। ଏଥିରେ ଥିବା ଫାଇବର୍ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
୭, ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ୍-ସି ଥିବାରୁ ଏହା ହାର୍ଟଜନିତ ବେମାରର ଆଶଙ୍କା କମାଇଥାଏ।
୮, ଆଖି ପାଇଁ ଏହି ଫଳ ବହୁତ ଭଲ ହୋଇଥାଏ। ଏଥିରେ ଭିଟାମିନ୍-ଏ ରହିଥାଏ। ଯାହା ଆଖିପାଇଁ ଆବଶ୍ୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତିରେ ସୁଧାର ହୁଏ। ଏହା ସହ ଏହି ଫଳ ଖାଇବା ଦ୍ୱାରା ମୋତିଆ ବିନ୍ଦୁ ହେବାର ମଧ୍ୟ କମ୍ ସମ୍ଭାବନା ଥାଏ।
୯, ଏହି ଫଳରେ ମ୍ୟାଗ୍ନେସିୟମ୍ ରହିଥାଏ। ଯାହା ଫଳରେ ଏହା ହାଡ଼ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ।
୧୦, ଏହା ଥାଇରଏଡ୍ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍-ବି ଥିବାରୁ ଥାଇରଏଡ୍ ରୋଗୀ ଏହାକୁ ଆବଶ୍ୟକ ପରିମାଣରେ ଖାଇବା ଆବଶ୍ୟକ।
ଆପଣଙ୍କର ଯଦି ଉପରୋକ୍ତ ସମସ୍ୟା ରହିଛି ଆଉ ଏହାର ଉପଚାର କରିବାକୁ ଚାହୁଁଛନ୍ତି ତାହାଲେ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଖାଇଲେ ଭଲ।
from Odisha Reporter https://ift.tt/2jWLmgV
No comments:
Post a Comment