ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ୟୁରପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 26, 2019

ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।

ୟେଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି କିସ୍ତିରେ ୨-୨ ହଜାର ଟଙ୍କା ଦିଆଯିବ। ଏହି ଯୋଜନା ଜରିଆରେ ଚାଷୀଙ୍କୁ ୬ ହଜାର ଟଙ୍କା ଚାଷୀଙ୍କୁ ଦିଆଯିବ। ଏଥିସହିତ ରାଜ୍ୟରେ ୧୦୦ କୋଟି ଟଙ୍କାର ବୁଣାକାରଙ୍କ ଋଣ ଛାଡ଼ କରିଛନ୍ତି ୟେଦ୍ୟୁରପ୍ପା ସରକାର।

ଜଣେ ଚାଷୀର ପୁଅ ହୋଇଥିବାରୁ ଚାଷୀଙ୍କ ସମସ୍ୟା ପ୍ରତି ସେ ବେଶ ସଚେତନ ବୋଲି ୟେଦ୍ୟୁରପ୍ପା କହିଛନ୍ତି। ପୂର୍ବ ସରକାରଙ୍କ ଫସଲ ଋଣ ଯୋଜନା ବାବଦରେ ସେ ସମୀକ୍ଷା କରିବା ପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସେ ବିରୋଧୀ ଓ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେବାକୁ ଯାଇ କହିଛନ୍ତି ଯେ, ସେ ନମ୍ର ଭାବରେ ରାଜ୍ୟରେ ଶାସନ କରିବେ। ‘ଭୁଲି ଯିବା ଏବଂ କ୍ଷମା କରିବା’ ନୀତିରେ ସେ ରାଜ୍ୟ ପାଇଁ କାମ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ୟେଦ୍ୟୁରପ୍ପା ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଜୁଲାଇ ମାସରେ ନେଇଥିବା ସବୁ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2MezVgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages