ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ସେଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରଥମ ସୋମବାର ଅପେକ୍ଷା ଏଥର ବିଭିନ୍ନ ଶୈବପୀଠରେ ଅଧିକ ସଂଖ୍ୟାରେ କାଉଡ଼ିଆଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
କାଉଡ଼ିଆ ଓ ଭକ୍ତଙ୍କ ସମାଗମକୁ ଦେଖିବ ବିଭିନ୍ନ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ କରାଯାଇଛି। ଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ ଥର ପାଇଁ ମନ୍ଦିରର ଉତ୍ତର ଦ୍ୱାର ଦେଇ କାଉଡ଼ିଆ ପ୍ରବେଶ କରିଥିବା ବେଳେ ଏବଂ ଦକ୍ଷିଣ ଦ୍ୱାରରେ ମହିଳା, ଛୋଟ ଛୁଆ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ସୁରକ୍ଷା ଏଠାରେ ଦୃଷ୍ଟିରୁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି କଟକର ଧବଳେଶ୍ୱର, ପୁରୀର ଲୋକନାଥ ଓ ଭଦ୍ରକର ଆଖଣ୍ଡଳମଣି ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ଲାଗିଛି।
from Odisha Reporter https://ift.tt/2ZiiQG1
No comments:
Post a Comment