ରାୟଗଡ଼ା ରେଳ ଷ୍ଟେସନରୁ ୨୭ ଦାଦନ ଶ୍ରମିକ ଉଦ୍ଧାର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

 ରାୟଗଡ଼ା ରେଳ ଷ୍ଟେସନରୁ ୨୭ ଦାଦନ ଶ୍ରମିକ ଉଦ୍ଧାର 

ରାୟଗଡ଼ା(ମନୋଜ ପାତ୍ର ) କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ୨୭ ଦାଦନ ଶ୍ରମିକଙ୍କୁ ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ଓ ରାୟଗଡ଼ା ପୁଲିସ  ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮  ମହିଳା, ୨  ପୁରୁଷ ଓ ୭ ନାବାଳିକା ରହିଛନ୍ତି। ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି ପୁଲିସ ।

ଏହି  ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର।  ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ବିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ  ଚାଲାଣ କରାଯାଉଥିଲା। ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର  କରାଯାଇଛି।

 



from Odisha Reporter https://ift.tt/32I99D2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages