ଫିଲ୍ମ ଲାଗି ଖିଲାଡୀ କୁମାର ନେଉ ନାହାନ୍ତି ଫିସ୍‌, ତା’ ହେଲେ କ’ଣ ରହିଛି ତାଙ୍କ ଫର୍ମୂଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ଫିଲ୍ମ ଲାଗି ଖିଲାଡୀ କୁମାର ନେଉ ନାହାନ୍ତି ଫିସ୍‌, ତା’ ହେଲେ କ’ଣ ରହିଛି ତାଙ୍କ ଫର୍ମୂଲା

ମୁମ୍ବାଇ: କିଛି ଦିନ ହେବ ଭାରି ଷ୍ଟାରକାଷ୍ଟ ଥିବା ବହୁ ବିଗ୍‌ ବଜେଟ ଫିଲ୍ମ ବକ୍ସ ଅଫିସ୍‌ରେ କିଛି କମାଲ କରି ପାରି ନାହିଁ। ନିଜ ପ୍ରଡକ୍ସନ ଖର୍ଚ୍ଚ ମଧ୍ୟ ଉଠାଇ ନ ପାରି ଏହି ଫିଲ୍ମଗୁଡ଼ିକ  ମୁହଁ ମାଡ଼ି ପଡ଼ିଛି। ଏହାକୁ ନେଇ ଫିଲ୍ମ ମେକର୍ସ ଓ ଆକ୍ଟରଙ୍କ ଟେନସନ୍‌ ବଢିବାରେ ଲାଗିଛି। ଗତ ବର୍ଷ ଆସିଥିବା ଭାରି ବଜେଟ୍‌ ଫିଲ୍ମ ‘ଜିରୋ’, ‘ଥଗସ୍‌ ଅଫ ହିନ୍ଦୁସ୍ତାନ’, ‘ରେସ୍‌-୩’,  ‘ବମ୍ବେ ଭେଲଭେଟ’ ଓ ଏ ବର୍ଷ ଆସିଥିବା ‘କଳଙ୍କ’ ପରି ଫିଲ୍ମ ନିଜ ଖର୍ଚ୍ଚ ମଧ୍ୟ ଉଠାଇ ପାରି ନ ଥିଲା। ‘ବମ୍ବେ ଭେଲଭେଟ’ର ମେକିଙ୍ଗ ନିମନ୍ତେ କେବଳ ୧୨୦ କୋଟି ଖର୍ଚ୍ଚ ହୋଇଥିଲା।, ହେଲେ ଏହା ଏକ ସୁପର ଫ୍ଲପ୍‌ ଫିଲ୍ମ ସାବ୍ୟସ୍ତ ହେଲା।

ଏପରି ସ୍ଥିତିରୁ ମୁକୁଳିବା ଲାଗି ବଲିଉଡର ଟପ୍‌ ଆକ୍ଟରମାନେ ଆପଣାଉଛନ୍ତି ଭିନ୍ନ ଉପାୟ। ଯେପରି ଫିଲ୍ମର ଖର୍ଚ୍ଚ ବଢିବନି, ସୁପରହିଟ୍‌ ହେବ ଆଉ ସେମାନେ ହେବେ ମାଲାମାଲା ଏହାର ବାଟ ଖୋଜି ପାଇଛନ୍ତି ଏହି ଅଭିନେତା।  ହେଲେ କିପରି ଜାଣିଛନ୍ତି।

ଏହାକୁ ଆଖି ଆଗରେ ରଖି ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ ଲାଗି ମେକର୍ସଙ୍କୁ  ସତର୍କ କରାଇ ଦେଇଛନ୍ତି। ଫିଲ୍ମର ବଜେଟ ଯେପରି ୫୦ କୋଟି ଅତିକ୍ରମ ନ କରେ ସେଥିଲାଗି ଶୁଣାଇଛନ୍ତି ଚରମବାଣୀ। ଏଥିଲାଗି ସେ ମଧ୍ୟ ଆଉ ପାଦେ ଆଗେଇ ଏହି ଫିଲ୍ମ ଲାଗି ନେଇ ନାହାନ୍ତି କୌଣସି ଫିସ୍‌।

କାରଣ ସେ ଫିସ୍‌ ନେଲେ ଫିଲ୍ମର ବଜେଟ ବହୁତ ଅଧିକା ହୋଇଯାଉଛି। ତେଣୁ ଫିସ୍‌ ନେବା ପରିବର୍ତ୍ତେ ସେ ପ୍ରଫିଟ୍‌ ଶେଆର କରିବା ଲାଗି ଫାଇନାଲ ହୋଇଥିବା ଜଣାଯାଇଛି।  ଫିଲ୍ମ ଡିଷ୍ଟ୍ରିବ୍ୟୁଟ୍‌ କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ୱୀକାର କରାଯାଇଛି। ଫିଲ୍ମର କ୍ରିଏଟିଭ ପ୍ରଡ୍ୟୁସର ଆର.ବାଲ୍କିଙ୍କ ଅନୁଯାୟୀ, ଫିଲ୍ମରେ ଷ୍ଟାରଙ୍କ ଲମ୍ବା ଲାଇନ  ଥିବା ସତ୍ତ୍ୱେ ଏହାକୁ ବଜେଟ ମଧ୍ୟରେ ରଖିବାକୁ   ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।

ଅକ୍ଷୟଙ୍କ ଅଭିନୀତ ପୁରୁଣା ହେଭି ବଜେଟ ଫିଲ୍ମ ବ୍ଲୁ, ଟସନ୍‌, ଚାନ୍ଦନୀ ଚୌ ଟୁ ଚାଇନା, ଦିବାନା ହୁଏ ପାଗଲ, ଜୋକର, ପଟିଆଲା ହାଉସ ପରି ଫିଲ୍ମର ବଜେଟ ଆକାଶ ଛୁଆଁ ଥିଲା। ହେଲେ ଏହା ବକ୍ସ ଅଫିସରେ ମାଟି କାମୁଡି ପଡିଲା। ଏହା ଦେଖି ଆଜିକାଲି ଅଭିନେତାମାନେ ଖୁବ ସମ୍ଭାଳି ପାଦ ପକାଉଛନ୍ତି। ଫିଲ୍ମର ବଜେଟକୁ ନିୟନ୍ତ୍ରଣରେ ରଖିବାକୁ ସେମାନେ ଫିସ୍‌ ନ ନେଇ ପ୍ରଫିଟ ଶେଆର  କରିବାର ଫର୍ମୂଲା ଆପଣାଇଛନ୍ତି।

ଏହାପୂର୍ବରୁ ଅକ୍ଷୟ ‘ଏୟାରଲିଫ୍ଟ’ ଫିଲ୍ମ ଲାଗି ଫିସ୍‌ ନେଇ ନ ଥିବାରୁ ତାହାର ବଜେଟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା। କେବଳ ୨୮ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୧ କୋଟି ରୋଜଗାର କରିଥିଲା।

ଠିକ୍‌ ସେହିପରି ‘ସ୍ପେଶାଲ-୨୬’ ଲାଗି ୪୨ କୋଟି ଖର୍ଚ୍ଚ ହୋଇଥିବା ବେଳେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରିଥିଲା। ‘ରାଓଡି ରାଠୋର’ ଫିଲ୍ମର ବଜେଟ ୪୫ କୋଟି ଥିବା ବେଳେ ଏହା ୨୦୬ କୋଟି କଲେକ୍ସନ କରି ପାରିଥିଲା।

ପ୍ରତି ଫିଲ୍ମ ଲାଗି ଅକ୍ଷୟଙ୍କ ଫିସ୍‌ ଏବେ ୨୮ରୁ ୪୨ କୋଟି ରହୁଥିବାରୁ ଫିଲ୍ମର ବଜେଟ ବହୁତ ଅଧିକା ହୋଇଯାଉଛି। ସେଥିଲାଗି ସେ ଫିସ୍‌ ପରିବର୍ତ୍ତେ ପ୍ରଫିଟ୍‌ ଶେଆର କରିବାକୁ ପସନ୍ଦ କରୁଛନ୍ତି।

ଅକ୍ଷୟଙ୍କ ପରି ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ନିଜ ଫିଲ୍ମରେ ଏହି ଫର୍ମୂଲା  ପକାଉଛନ୍ତି।



from Odisha Reporter https://ift.tt/2Ys0EbT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages