ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ ନିଜେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ଗତକାଲି ଅଧିକ ଭିଡ଼ ହୋଇଥିବାରୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲି। ତେବେ ସେହି ସମୟରେ ଅଧିକ ଶବ୍ଦ ଥିବାରୁ ସାଧାରଣତଃ ଭାବେ ଉଚ୍ଚ ଗଳାରେ କଥା ହୋଇଥିଲି।
ସେ ଆହୁରି କହିଥିଲେ ଯେ, ସାମ୍ବାଦିକଙ୍କୁ ମୁଁ ଯଥେଷ୍ଟ ସମ୍ମାନ ଦିଏ । କେବେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିନାହିଁ । କେନ୍ଦ୍ରାପଡ଼ାର ସ୍ଥାନୀୟ ସାମ୍ବାଦିକମାନେ ମୋତେ ଭଲଭାବେ ଜାଣନ୍ତି। ଯଦି ଏଥିରେ କାହାକୁ ଆଘାତ ହୋଇଥାଏ ତେବେ ମୁଁ କ୍ଷମା ମାଗୁଛି ବୋଲି ଏସପି କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ NEWS 18 ଓଡ଼ିଆ ପ୍ରତିନିଧି ଅଜେଶ ମଲ୍ଲିକ ଯାଇଥିଲେ। ସେଠାରେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ବେଳେ ଖବର ସଂଗ୍ରହ ବେଳେ ସାମ୍ବାଦିକ ଅଜେଶ ପୁଲିସ ଆକ୍ରୋଶର ଶିକାର ହୋଇଥିଲେ। ଏଘଟଣା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
from Odisha Reporter https://ift.tt/2XPeERt
No comments:
Post a Comment