ବର୍ଷାରେ ବେହାଲ ମହାରାଷ୍ଟ୍ର: ୩୪ ମୃତ, ୩୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ବର୍ଷାରେ ବେହାଲ ମହାରାଷ୍ଟ୍ର: ୩୪ ମୃତ, ୩୦ରୁ ଅଧିକ ଆହତ

ମୁମ୍ୱାଇ: ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାୟାନଗରୀ। ରାତି ୧୨ରୁ ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟତଃ କାନ୍ଥ ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହୁରି ଦୁଇ-ତିନି ଦିନ ଏଭଳି ଲଗାଣ ବର୍ଷା ହେବାର ସୂଚନା ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନେଭିସ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି।

  • ମାଲଦା ଇଷ୍ଟ ନିକଟସ୍ଛ ପିମ୍ପରିପଦରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଲଗାଣ ବର୍ଷାରେ କାନ୍ଥ ପାଣିରେ ଓଦା ହୋଇଯିବା ପରେ ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା ଘର ଗୁଡ଼ିକ ଅସ୍ଥାୟୀ ଘର ଥିଲା ବୋଲି ଜଣାପଡ଼ିଛି।
  • ବ୍ରିହନମୁମ୍ୱାଇ ନଗରପାଳିକାର କୁରର ଗାଁରେ ମଧ୍ୟ କାନ୍ଥ ଭୁଶୁଡି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଠାରେ ବି ଅସ୍ଥାୟୀ ଘର ଭୁଶୁଡ଼ି ପଡ଼ିଛି ଅତ୍ୟଧିକ ବର୍ଷା କାରଣରୁ।
  • ପୁନେ ଆମ୍ୱେଗାଁଓରେ ଥିବା ସିନହଗଡ କଲେଜରେ କାନ୍ଥ ପଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ରାତି ପାଖାପାଖି ଗୋଟାଏରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି।
  • ସେହିପରି କଲ୍ୟନରେ ଜାତୀୟ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ରାତି ପାଖାପାଖି ୧୨ଟା ୩୦ରେ ଏଭଳି ଅଭାବନୀୟ ଘଟଣା ଘଟିଛି।
  • ଜଳବନ୍ଦୀରେ ଭକୋଲା ପୁଲିସ ଷ୍ଟେସନ୍ ମଧ୍ୟ ଲଗାଣବର୍ଷାରେ ଜଳବନ୍ଦୀ ହୋଇ ରହିଛି। ଥାନା ଭିତରେ ପାଣି ପଶିଯିବାରୁ ଥାନା ଅଧିକାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାଗଜ ପତ୍ର ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚେୟାର ଉପରେ ପୁଲିସ କର୍ମଚାରୀ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
  • ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ୫୪ ବିମାନ ନିକଟ ବିମାନ ବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


from Odisha Reporter https://ift.tt/2ZYwaiE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages